ଜିନିଷ କିଣି ଘରକୁ ଫେରୁଥିବା ବେଳେ ରାସ୍ତାରେ ଝୁଣ୍ଟି ପଡ଼ି‌ବାରୁ ଯୁବକଙ୍କ ଉପରେ ମାଡ଼ିଗଲା କାର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର କ୍ଷୀର ଜିଲ୍ଲା ହିରାଲାଲ ଧର୍ମଶାଳାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବଜାରରୁ ଜିନିଷ କିଣି ନେଇ ଯାଉଥିବା ବେ‌ଳେ ଯୁବକ ଜଣକ ରାସ୍ତାରେ ଝୁଣ୍ଟି ପଡ଼ିଥି‌ଲେ। ଏତିକି ବେଳେ ପଛରୁ ଆସୁଥିବା ଏକ ଗାଡ଼ି ତାଙ୍କ ଉପରେ ଚଢ଼ି ଚାଲିଯାଇଥିଲା।  ଦୁର୍ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏସବୁ ଦୃଶ୍ୟ କୈଦ ହୋଇଯାଇଛି। ଏବେ ଉକ୍ତ ଯୁବକ ଜଣକ ହସ୍ପିଟାଲରେ ଜୀବନ  ଓ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଗତମଙ୍ଗଳବାର ରାତି ୮ଟା ୪୫ ମିନିଟରେ ହିରାଲାଲ ଧର୍ମଶାଳା ନିକଟସ୍ଥ ଓଭରବ୍ରିଜ ତଳେ ଜଣେ ଯୁବକ ଦୋକାନରୁ କିଛି ସାମଗ୍ରୀ କିଣି ଚାଲିଚାଲି ଯାଉଥିଲେ। ଏହି ସମୟରେ ସେ ଝୁଣ୍ଟି ପଡ଼ିବାରୁ ରାସ୍ତାରେ ପଡ଼ି ଯାଇଥିଲେ। ଠିକ ଏତିକି ବେଳେ ପଛରୁ ଆସୁଥିବା ଏକ କାର ତାଙ୍କ ଉପରେ ଚଢ଼ି ଚାଲି ଯାଇଥିଲା। କିଛିସମୟ ପରେ ଯୁବକଙ୍କ ମୁଣ୍ଡତଳୁ ରକ୍ତ ବୋହିବା ଦେଖି ସ୍ଥାନୀୟଲୋକେ ଭୟଭୀତ ହୋଇଯାଇଥିଲେ। ସେମାନେ ସଙ୍ଗେସଙ୍ଗେ ଯୁବକଙ୍କୁ ଉଦ୍ଧାର କରି ପୁଲିସରେ ଖବର ଦେଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଆହତ ଯୁବକଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ, ‘ଯୁବକଙ୍କ ମୁଣ୍ଡରୁ ଅନେକ ରକ୍ତସ୍ରାବ ହୋଇଛି। ଏବେ ବି ତାଙ୍କ ଅବସ୍ଥା ବିପଦରେ ଅଛି। ଆମେ ଆମ ପ‌ାରୁ ପର୍ଯ୍ୟନ୍ତ ଚେଷ୍ଟା କରିବୁ।’

ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରି ନଥିଲା।

ସମ୍ବନ୍ଧିତ ଖବର