୩୩ ଡିଗ୍ରି ତାପମାତ୍ରା ସହ ୨୬୦ ବର୍ଷର ରେକର୍ଡ ଭାଙ୍ଗିଲା ମିଲାନ

ରୋମ୍: ଇଟାଲିର ଉତ୍ତରାଞ୍ଚଳ ସହର ମିଲାନରେ ଶୁକ୍ରବାର ତାପମାତ୍ରା ୩୩ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ୧୭୬୩ ମସିହାରେ ମିଲାନୋ ବ୍ରେରା ପାଣିପାଗ କେନ୍ଦ୍ରରେ ତାପମାତ୍ରା ରେକର୍ଡ ହେବା ଆରମ୍ଭ ହେବା ପରଠାରୁ ଏହା ହେଉଛି ସବୁଠାରୁ ଉତ୍ତପ୍ତ ଦିନ। ଏଥି ପୂର୍ବରୁ ମିଲାନରେ ୨୦୦୩ ଅଗଷ୍ଟ ୧୧ରେ ୩୨.୮ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା। ଜୁଲାଇରେ ଇଟାଲିର ରାଜଧାନୀ ରୋମ୍‌ରେ ସର୍ବାଧିକ ୪୧.୮ ସେଲସିୟସ୍ ତାପମାତ୍ରା ‌ରେକର୍ଡ କରାଯାଇଥିଲା। କାରଣ ଚଳିତ ଗ୍ରୀଷ୍ମ ଋତୁରେ ଦକ୍ଷିଣ ୟୁରୋପର ଅଧିକାଂଶ ଅଞ୍ଚଳରେ ନିଆଁ ଲାଗିଥିଲା। ତେବେ ଗ୍ରୀଷ୍ମ ପ୍ରବାହ ଶେଷ ହେବାକୁ ଯାଉଛି ଏବଂ ଆସନ୍ତା ସପ୍ତାହ ପ୍ରାରମ୍ଭରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବା ସହ ତାପମାତ୍ରା ୧୦ରୁ ୧୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ କହିଛି।

ସମ୍ବନ୍ଧିତ ଖବର