ମକର ସଂକ୍ରାନ୍ତିରେ ସୂର୍ଯ୍ୟ ନମସ୍କାର କରିବେ ୧ କ‌ୋଟିରୁ ଅଧିକ ଜନତା: ଆୟୁଷ ମନ୍ତ୍ରୀ ସର୍ବଣାନନ୍ଦ ସୋନୋୱାଲ୍‌

ନୂଆଦିଲ୍ଲୀ: ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆସନ୍ତାକାଲି ମକର ସଂକ୍ରାନ୍ତିରେ ବୈଶ୍ବିକ ‘ସୂର୍ଯ୍ୟ ନମସ୍କାର ଡେମନ୍‌ଷ୍ଟ୍ରେସନ୍‌’ କର୍ଯ୍ୟକ୍ରମ ନିମନ୍ତେ ଆୟୁଷ ମନ୍ତ୍ରାଳୟ ପ୍ରସ୍ତୁତ ରହିଛି ଏବଂ ଏଥିରେ ନିର୍ଦ୍ଧାରିତ ୭୫ ଲକ୍ଷ ପରିବର୍ତ୍ତେ ୧ କୋଟିରୁ ଅଧିକ ଜନତା ଅଂଶ ଗ୍ରହଣ କରିବେ ବୋଲି ମନ୍ତ୍ରୀ ସର୍ବଣାନନ୍ଦ ସୋନୋୱାଲ୍‌ କହିଛନ୍ତି।

ଗୁରୁବାର ଦିନ ଭର୍ଚୁଆଲ୍‌ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, କୋଭିଡ୍‌-୧୯ର ପୁନଃ ଦ୍ରୁତ ସଂକ୍ରମଣ ବୃଦ୍ଧି ବେଳେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ ଅଧିକ ପ୍ରାସଙ୍ଗିକତା ବହନ କରେ। ସୂର୍ଯ୍ୟ ନମସ୍କାର ଶୌର୍ଯ୍ୟ ଏବଂ ରୋଗ ପ୍ରତିରୋଧକାରୀ ଗୁଣ ବୃଦ୍ଧି କରୁଥିବା ପ୍ରମାଣସିଦ୍ଧ। ତେଣୁ, ଏହା କରୋନଭାଇରସ୍‌କୁ ପାଖ ମଡ଼ାଇ ଦେବନାହିଁ। ଏହି କାର୍ଯ୍ୟକ୍ରମରେ ୭୫ ଲକ୍ଷ ଜନତା ଅଂଶ ଗ୍ରହଣ କରିବେ ବୋଲି ଆମେ ଲକ୍ଷ୍ୟ ଧାର୍ଯ୍ୟ କରିଥିଲୁ। କିନ୍ତୁ, ପଞ୍ଜିକରଣ ଏବଂ ଆମ ପ୍ରସ୍ତୁତି ଦେଖି ମୁଁ ଆଶା କରୁଛି ଅଂଶ ଗ୍ରହଣକାରୀଙ୍କ ସଂଖ୍ୟା ୧ ଲକ୍ଷ ଟପିଯିବ।

Image Courtesy of Republic World

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଗ୍‌ଦର୍ଶନରେ ଆୟୁଷ ମନ୍ତ୍ରାଳୟ ଏହି କର୍ଯ୍ୟକ୍ରମର ଶୁଭାରମ୍ଭ କରିଛି ବୋଲି ସେ କହିଛନ୍ତି।

ଉକ୍ତ ଭର୍ଚୁଆଲ୍‌ ସଭାରେ ଆୟୁଷ ରାଷ୍ଟ୍ରମନ୍ତ୍ରୀ ମହେନ୍ଦ୍ର ମୁଞ୍ଜପରା କହିଲେ ଯେ, ସୂର୍ଯ୍ୟ ନମସ୍କାର ମନ ଓ ଶରୀରକୁ ପୁନଃଜାଗରୁକ କରେ। ‘ମଲିକ୍ୟୁଲାର୍‌ ଜେନେଟିକ୍‌’ ଉପରେ ଯୋଗର ପ୍ରଭାବ ଉ‌ପରେ ଅଧ୍ୟୟନ ଚାଲିଛି।

ଆୟୁଷ ସଚିବ ବୈଦ୍ୟ ରାଜେଶ କୋତେଚା କହିଲେ ଯେ, ଏହି କାର୍ଯ୍ୟକ୍ରମ ହେଉଛି ସ୍ବାଧୀନତାର ଅମୃତ ମହୋତ୍ସବର ଅଂଶବିଶେଷ। ଶୌର୍ଯ୍ୟ ନିମନ୍ତେ ସୂର୍ଯ୍ୟ ନମସ୍କାର।

ଭାରତ ଏବଂ ବିଦେଶର ସମସ୍ତ ଅଗ୍ରଣୀ ଯୋଗ ପ୍ରତିଷ୍ଠାନ ଯଥା:- ‘ଇଣ୍ଡିଆନ୍‌ ଯୋଗ ଆସୋସିଏସନ୍‌’, ‘ନ୍ୟାସ୍‌ନାଲ୍‌ ଯୋଗ ସ୍ପୋର୍ଟସ୍‌ ଫେଡେରେସନ୍‌’, ‘ଯୋଗ ସାର୍ଟିଫିକେସନ୍‌ ବୋର୍ଡ’, ‘ଏଫ୍‌ଆଇଟି ଇଣ୍ଡିଆ’ ଏବଂ ଅନେକ ସରକାରୀ ଓ ବେସରକାରୀ ସଂଗଠନ ଏହି କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି।

ସମ୍ବନ୍ଧିତ ଖବର