‘ଜିନ୍ନା ମୁସଲମାନଙ୍କ ପାଇଁ ଅଲଗା ଦେଶ ଚାହୁଁ ନଥିଲେ’: ଫାରୁକ୍‌ ଅବଦୁଲ୍ଲା

ଜମ୍ମୁ: ମହମ୍ମଦ ଅଲ୍ଲୀ ଜିନ୍ନା କେବେ ବି ମୁସଲମାନଙ୍କ ପାଇଁ ଅଲଗା ବା ସ୍ୱତନ୍ତ୍ର ଦେଶ ଚାହୁଁ ନଥିଲେ। ବରଂ ଭାରତର କିଛି ନେତାଙ୍କ କାରଣରୁ ଦେଶ ବିଭାଜିତ ହେବା ସହ ପାକିସ୍ତାନର ସୃଷ୍ଟି ହୋଇଥିଲା ବୋଲି ଏକ ବିବାଦୀୟ ବୟାନ ଦେଇଛନ୍ତି ଜମ୍ମୁ- କଶ୍ମିରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନସ ସୁପ୍ରିମୋ ଫାରୁକ୍‌ ଅବଦୁଲ୍ଲା। ଭାରତ-ପାକିସ୍ତାନ ବିଭାଜନ ସଂପର୍କରେ ଫାରୁକ ଅବଦୁଲ୍ଲାଙ୍କ ଏ ପ୍ରକାରର ମନ୍ତବ୍ୟ ପରେ ଦେଶର ରାଜନୀତି ସରଗରମ ହୋଇ ପଡ଼ିଛି।

ଶନିବାର ଦିନ ଶେର୍‌-ଇ- କଶ୍ମିର ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ଫାରୁକ କହିଥିଲେ ଯେ ଜିନ୍ନା କମିଶନର କଥା ମାନିବା ସପକ୍ଷରେ ଥିଲେ। ଏବଂ କମିଶନଙ୍କ ରିପୋର୍ଟ ଅନୁଯାୟୀ ମୁସଲମାନ ଓ ଶିଖମାନଙ୍କୁ ସଂଖ୍ୟାଲଘୁ ସଂପ୍ରଦାୟର ମାନ୍ୟତା ଦେବାକୁ ଚାହୁଁଥିଲେ। କିନ୍ତୁ, ଭାରତୀୟ ନେତା ଜବାହରଲାଲ ନେହରୁ, ମୌଲାନା ଆଜାଦ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କମିଶନଙ୍କ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେବା ସହ ମୁସଲମାନ ଓ ଶିଖମାନଙ୍କୁ ସଂଖ୍ୟାଲଘୁ ସଂପ୍ରଦାୟର ମାନ୍ୟତା ଦେବାକୁ ଚାହିଁ ନଥିଲେ। ଭାରତୀୟ ନେତାମାନେ ମୁସଲମାନ ଓ ଶିିଖଙ୍କୁ ଦେଶରେ ସଂଖ୍ୟାଲଘୁ ମାନ୍ୟତା ଦେବାକୁ ମନା କରିଦେବା ପରେ ଜିନ୍ନା ପାକିସ୍ତାନ ଗଠନ ଦାବି କରିିଥିଲେ। ଏହାପରେ ଦେଶ ବିଭାଜନ ହୋଇଥିଲା ବୋଲି କହିଥିଲେ ଫାରୁକ୍‌ ଅବଦୁଲ୍ଲା। ଜମ୍ମୁ- କଶ୍ମିରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନ୍‌ଫରେନସ ସୁପ୍ରିମୋ ଫାରୁକ୍‌ ଅବଦୁଲ୍ଲା। ଭାରତ-ପାକିସ୍ତାନ ବିଭାଜନ ସଂପର୍କରେ ଫାରୁକ ଅବଦୁଲ୍ଲାଙ୍କ ଏ ପ୍ରକାରର ମନ୍ତବ୍ୟ ପରେ ଦେଶର ରାଜନୀତି ଏବେ ସରଗରମ ହୋଇ ପଡ଼ିଛି।

ସମ୍ବନ୍ଧିତ ଖବର