ରୋହିତଙ୍କ ସହ ଠିକ୍ କରି ନାହିଁ ମୁମ୍ବାଇ ଇଣ୍ଡିଆନ୍ସ: ମୁହଁ ଖୋଲିଲେ ପୂର୍ବତନ କ୍ରିକେଟର

କୋଲକାତା: ଆଇପିଏଲ ୨୦୨୪ର ୧୭ ତମ ସିଜିନ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଆରସିବି ମଧ୍ୟରେ ଖେଳାଯିବ। ତେବେ ସିଜିନ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇବା ନେଇ ଚର୍ଚ୍ଚା ଜୋର ଧରିଛି। ଏସମ୍ପର୍କରେ ପୂର୍ବତନ କ୍ରିକେଟର ହରଭଜନ ସିଂ ମୁହଁ ଖୋଳିଛନ୍ତି।

ସେ କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଏଭଳି ନିଷ୍ପତ୍ତି ଶୀଘ୍ର ଗ୍ରହଣ କରାଯାଇଥିବା ପରି ମନେ ହେଉଛି। ଏକ ସାକ୍ଷାତକାରରେ ସେ କହିଛନ୍ତି ଏହି ନିଷ୍ପତ୍ତିର ଟାଇମିଂରେ ଭୁଲ୍ ରହିଛି। ରୋହିତଙ୍କୁ ଆଉ ଗୋଟିଏ ବର୍ଷ ଅଧିନାୟକ ହେବାକୁ ଦେଇଥିଲେ ଭଲ ହୋଇଥାନ୍ତା। ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କ ସହିତ ନିଶ୍ଚିତ ଆଲୋଚନା କରିଥିବ। ତେବେ ଏହି ନିଷ୍ପତ୍ତି ନେଇ ରୋହିତ କେତେ ଖୁସି ତାହା ଦେଖିବା ଜରୁରୀ।

ରୋହିତଙ୍କୁ କିଛି ପ୍ରମାଣ କରିବାର ଆବଶ୍ୟକତା ନାହିଁ। ସେ ଜଣେ ଭଲ ନେତୃତ୍ବ ଏବଂ ବ୍ୟାଟ୍ସମ୍ୟାନ୍। ଏବେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ବରେ କିପରି ଖେଳିବ ଏବଂ ରୋହିତଙ୍କ ପ୍ରଦର୍ଶନ କିଭଳି ରହିବ ତାହା ଆଗାମୀ ସମୟ ହିଁ କହିବ ବୋଲି ହରଭଜନ କହିଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସକୁ ଆସି ଅଧିନାୟକତ୍ବ କରିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ସହଜ ହେବ ନାହିଁ। ତେବେ ସେ ଗତ ଦୁଇ ସିଜିନରେ ଗୁଜୁରାଟ ଟାଇଟନ୍ସର ନେତୃତ୍ବ ଭଲ ଭାବେ ନେଇଛନ୍ତି। ୨୦୨୨ରେ ସେ ଗୁଜୁରାଟ ଟାଇଟନ୍ସକୁ ଚାମ୍ପିୟନ ମଧ୍ୟ କରାଇଥିଲେ। ୨୦୨୩ରେ ଗୁଜୁରାଟ ଟାଇଟନ୍ସ ରନର୍ସ ଅପ୍ ହୋଇଥିଲା।

ସମ୍ବନ୍ଧିତ ଖବର