ଭୟଙ୍କର ହେଉଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ: ଶ୍ରୀଲଙ୍କା ଟିମ୍‌ର ଅଭ୍ୟାସ ବାତିଲ

ନୂଆଦିଲ୍ଲୀ: ବାଂଲାଦେଶ ପରେ ଶ୍ରୀଲଙ୍କା ମଧ୍ୟ ବାୟୁ ପ୍ରଦୂଷଣ କାରଣରୁ ଶନିବାର ଜାତୀୟ ରାଜଧାନୀରେ ହେବାକୁ ଥିବା ପ୍ରଥମ ଅଭ୍ୟାସ ଅଧିବେଶନକୁ ବାତିଲ କରିବାକୁ ବାଧ୍ୟ ହୋଇଛି। ଏହା ପୂର୍ବରୁ ବୁଧବାର ନୂଆଦିଲ୍ଲୀରେ ପହଞ୍ଚିଥିବା ବାଂଲାଦେଶ ସହରରେ ପ୍ରଦୂଷଣ ସ୍ତର ‘ସିଭିୟର ପ୍ଲସ୍‌’ ବର୍ଗରେ ପହଞ୍ଚିବା ପରେ ଶୁକ୍ରବାର ଅଭ୍ୟାସ ନ କରିବାକୁ ନିଷ୍ପତ୍ତି ନେଇଥିଲା।

ଶନିବାର ସକାଳେ ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୭ ଥିବା ବେଳେ ଶ୍ରୀଲଙ୍କା ଟିମ୍‌ ବାଂଲାଦେଶ ଟିମ୍‌ଙ୍କୁ ଅନୁସରଣ କରି ହୋଟେଲରେ ରହିଥିଲା।

ଶନିବାର ପ୍ରଶିକ୍ଷଣ ଅଧିବେଶନ ସମ୍ପର୍କରେ ଏସଏଲସି ସୂତ୍ରରୁ ପ୍ରକାଶ ଯେ ବାୟୁର ଗୁଣବତ୍ତା ସମସ୍ୟା କାରଣରୁ ଏହାକୁ ବାତିଲ କରାଯାଇଛି। ତେବେ, ସୋମବାର ହେବାକୁ ଥିବା ମ୍ୟାଚ୍‌ର ଦୁଇ ଦିନ ପୂର୍ବରୁ ବାଂଲାଦେଶ ପ୍ରଦୂଷଣକୁ ସାମ୍ନା କରିବାର ସମ୍ଭାବନା ରହିଛି। ସେମାନେ ଶନିବାର ବିଳମ୍ବିତ ସନ୍ଧ୍ୟା ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

ଶୂନ୍ୟରୁ ୫୦ ମଧ୍ୟରେ ଏକ୍ୟୁଆଇକୁ ଭଲ, ୫୧ରୁ ୧୦୦ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟମ, ୨୦୧ ଏବଂ ୩୦୦ ଦୁର୍ବଳ, ୩୦୧ରୁ ୪୦୦ ଅତ୍ୟନ୍ତ ଖରାପ ଏବଂ ୪୦୧ ରୁ ୫୦୦ ଗୁରୁତର ବୋଲି ବିବେଚନା କରାଯାଏ।
ଅନ୍ୟପକ୍ଷରେ, ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ମ୍ୟାଚ୍‌କୁ ଦିଲ୍ଲୀ ବାହାରକୁ ସ୍ଥାନାନ୍ତର କରିବାର ସମ୍ଭାବନା ନାହିଁ। କିନ୍ତୁ ମ୍ୟାଚ୍‌ ଆଗକୁ ବଢ଼ିବ କି ନାହିଁ ତାହା ସେହି ଦିନ ହିଁ ନିଷ୍ପତ୍ତି ନିଆଯିବ।

ବର୍ତ୍ତମାନ ଆମେ ପରିସ୍ଥିତିର ଆକଳନ କରୁଛୁ। ଆଇସିସି ଏବଂ ଆମର ଆୟୋଜକ ବିସିସିଆଇ ସମସ୍ତ ଅଂଶଗ୍ରହଣକାରୀଙ୍କ ସ୍ୱାସ୍ଥ୍ୟକୁ ଗମ୍ଭୀରତାର ସହ ନେଇଛନ୍ତି ଏବଂ ଦିଲ୍ଲୀର ବାୟୁର ଗୁଣବତ୍ତା ଉପରେ ନଜର ରଖିଛନ୍ତି। ପରିସ୍ଥିତିର ଆକଳନ ପାଇଁ ଆମେ ବିଶେଷଜ୍ଞଙ୍କ ପରାମର୍ଶ ନେଉଛୁ ବୋଲି ଆଇସିସି ମୁଖପାତ୍ର କହିଛନ୍ତି। ସାଧାରଣତଃ ମ୍ୟାଚ୍‌ ଦିନ ମ୍ୟାଚ୍‌ ଅଧିକାରୀଙ୍କ ଦ୍ୱାରା ବାୟୁର ଗୁଣବତ୍ତା ଆକଳନ କରାଯାଏ।

ଏହା ପ୍ରଥମ ଥର ନୁହେଁ ଯେ ଶ୍ରୀଲଙ୍କାକୁ ଦିଲ୍ଲୀ ବାୟୁ ପ୍ରଦୂଷଣର ମୁକାବିଲା କରିବାକୁ ପଡୁଛି। ୨୦୧୭ରେ ଟେଷ୍ଟ ସିରିଜ୍‌ ସମୟରେ ଖେଳାଳିମାନଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିଥିଲା।

ଶୁକ୍ରବାର ଦିନ ବାଂଲାଦେଶ ଦଳର ନିର୍ଦ୍ଦେଶକ ଖାଲିଦ ମହମ୍ମଦ କହିଛନ୍ତି ଯେ ସହର ବାହାରକୁ ଯିବା ପରେ ଖେଳାଳିମାନଙ୍କୁ କାଶ ହୋଇଥିଲା ଏବଂ ତେଣୁ ମ୍ୟାନେଜମେଣ୍ଟ ପ୍ରଥମ ଅଭ୍ୟାସ ଅଧିବେଶନକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା।

ସମ୍ବନ୍ଧିତ ଖବର