ପାଗ ଖରାପ ଅଛି, ଆମକୁ ଫେରିବାକୁ ହେବ…; ଏହାଥିଲା ପାଇଲଟଙ୍କ ଶେଷ କଥା, ଚାହୁଁଚାହୁଁ ନିଆଁ ପିଣ୍ଡୁଳାରେ ପରିଣତ ହୋଇଗଲା ହେଲିକପ୍ଟର

ହରିଦ୍ୱାର: ପାଗ ଖରାପ ଅଛି, ଆମକୁ ଫେରିବାକୁ ହେବ; ଏହାଥିଲା ଉତ୍ତରାଖଣ୍ଡର କେଦାରନାଥରେ ଦୁର୍ଘଟଣାଗ୍ରସ୍ତ ‌ହୋଇଥିବା ହେଲିକପ୍ଟରର ପାଇଲଟଙ୍କ ଶେଷ କଥା। ଉତ୍ତରାଖଣ୍ଡର କେଦାରନାଥରେ ଆଜି ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା କେଦାରନାଥଠାରୁ ୨କିଲୋମିଟର ଦୂରରେ ଥିବା ଗରୁଡାଚଟିରେ ଘଟିଥିଲା। ଏକ ଘରୋଇ କମ୍ପାନିର ହେଲିକପ୍ଟର ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ହେଲିକପ୍ଟରରେ ପାଇଲଟଙ୍କ ବ୍ୟତୀତ ୬ ଜଣ ଯାତ୍ରୀ ଥିବା ବେଳେ ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପାଇଁ ଦାୟୀ କିଏ, ସେନେଇ ଯାଞ୍ଚ ଚାଲୁଥିବା ବେଳେ ଏବେ ପାଇଲଟଙ୍କ ଶେଷ କଥା ସାମ୍ନାକୁ ଆସିଛି।

अमेरिका
aajtak

ଉତ୍ତରାଖଣ୍ଡର ଡିଜିପି ଅଶୋକ କୁମାର ଜାତୀୟ ଗଣମାଧ୍ୟମ ଆଜ ତକଙ୍କୁ କହିଛନ୍ତି ଯେ ହେଲିକପ୍ଟର କେଦାରନାଥରୁ ଫାଟାକୁ ଯାଉଥିଲା। ଉଡାଣ କରିବା ପରେ ହଠାତ୍ ପାଗ ଖରାପ ହୋଇଯାଇଥିଲା। ଖରାପ ପାଗ ଦେଖି ଏ ବିଷୟରେ ପାଇଲଟ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ। ପାଗ ଖରାପ ଅଛି, ଆମକୁ ଫେରିବାକୁ ହେବ ବୋଲି ପାଇଲଟ କହିଥିଲେ। କିନ୍ତୁ ଏହାର କିଛି ସମୟ ପରେ ଦୁର୍ଘଟଣାର ଖବର ଆସିଥିଲା। ପାହାଡ଼ିଆ ଅଞ୍ଚଳ ହେତୁ ଏଠାରେ ହଠାତ୍ ପାଗ ଖରାପ ହୋଇଯାଏ। କୁହୁଡ଼ି ହେତୁ କିଛି ଦେଖାଯାଏ ନାହିଁ। ଖରାପ ପାଗ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ହେଲିକପ୍ଟରରେ ୩ଜଣ ଯାତ୍ରୀ ଗୁଜରାଟର ଏବଂ ଚେନ୍ନାଇରୁ ୩ଜଣ ଥିବା ବେଳେ ପାଇଲଟଜଣକ ମୁମ୍ବାଇର ବାସିନ୍ଦା ଥିଲେ। ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଛି।

केदारनाथ हेलिकॉप्टर क्रैश (फोटो-एजेंसी)
aajtak
ସମ୍ବନ୍ଧିତ ଖବର