ବିଶ୍ରାମ ନେବେ ରାହୁଲ ଦ୍ରାବିଡ, ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର କୋଚ୍ ଦାୟିତ୍ବ ତୁଲାଇବେ ଲକ୍ଷ୍ମଣ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ହେଡ୍ କୋଚ୍ ରାହୁଲ ଦ୍ରାବିଡ୍ ବିଶ୍ରାମ ନେବେ। କାରଣ ଆଗାମୀ ନ୍ୟୁଜିଲାଣ୍ଡ୍ରେ ହେବାକୁ ଥିବା ସୀମିତ ଓଭର୍ ସିରିଜ୍ରେ ଏବେ ତାଙ୍କ ସ୍ଥାନରେ କୋଚ୍ ଦାୟିତ୍ବ ତୁଲାଇବେ ନେସ୍ନାଲ୍ କ୍ରିକେଟ୍ ଆକାଡେମୀ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ।
Sambad is now on WhatsApp
Join and get latest news updates delivered to you via WhatsApp
ଆପଣ ଜାଣିଥିବେ ଯେ ନଭେମ୍ବର ୧୮ରୁ ୩୦ ତାରିଖ ମଧ୍ୟରେ ଭାରତ ୩ଟି ଟି-୨୦ ଏବଂ ଅନେକ ଦିନିକିଆ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ଦ୍ରାବିଡଙ୍କ ଅଧୀନରେ ମ୍ୟାଚ୍ ଖେଳି ଭାରତ ଗତକାଲି ବିଶ୍ବ କପ୍ର ସେମି ଫଇନାଲ୍ ମ୍ୟାଚରେ ପରାଜିତ ହୋଇଛି।
କେବଳ କୋଚ୍ ଦ୍ରାବିଡ଼ ନୁହଁନ୍ତି ବରଂ କ୍ୟାପ୍ଟେନ୍ ରୋହିତ ଶର୍ମା, ପୂର୍ବତନ କ୍ୟାପ୍ଟେନ୍ ବିରାଟ କୋହଲି, ଓପ୍ନର୍ କେଏଲ୍ ରାହୁଲ, ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ବିନୀ ଆଦି ଆଗ ଧାଡ଼ିର ଖେଳାଳିମାନେ ବି ଏହି ସିରିଜ୍ରେ ବିଶ୍ରାମ ନେବେ।
ବିସିସିଆଇ ପକ୍ଷରୁ ଗଣମାଧ୍ୟମ ସଂସ୍ଥା ପିଟିଆଇକୁ କୁହାଯାଇଛି ଯେ ହ୍ରିଷିକେଶ କାନିତକର୍(ବ୍ୟଟିଂ) ଓ ସାଇରାଜ ବାହୁତୁଲେ (ବୋଲିଂ)ଙ୍କ ସମେତ ଭିଭିଏସ୍ ଲକ୍ଷ୍ମଣଙ୍କ ନେତୃତ୍ବଧୀନ ଏନ୍ସିଏ ଦଳ ନ୍ୟୁଜିଲାଣ୍ଡ୍ ସିରିଜରେ ଯୋଗ ଦେବ।
ଟିମ୍ ଇଣ୍ଡିଆର ଦାୟିତ୍ବ ଭିଭିଏସ୍ ଲକ୍ଷ୍ମଣ ପ୍ରଥମ ଥର ନେଉନାହାନ୍ତି। ଏହା ପୂର୍ବରୁ ବି ସେ ଜିମ୍ବୱେ, ଆୟାରଲାଣ୍ଡ୍ ଓ ଦିନିକିଆ ହୋମ୍ ସିରିଜ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳା ଯାଇଥିବା ମ୍ୟାଚ୍ରେ କୋଚ୍ ଦାୟିତ୍ବ ତୁଲାଇଥିଲେ। ତେବେ ନ୍ୟୁଜିଲାଣ୍ଡ୍ରେ ହେବାକୁ ଥିବା ସୀମିତ ଓଭର୍ ସିରିଜ୍ରେ ଭାରତର ନେତୃତ୍ବ ନେବେ ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା।