ହେଲିକପ୍ଟରରୁ ତେଲ ସରିଯିବାରୁ ସାହଡୋଲରେ ଅଟକିଲେ ରାହୁଲ; ଢାବାରେ କଲେ ରାତ୍ରିଭୋଜନ

ନୂଆଦିଲ୍ଳୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତକାଲି ଏକ ଅସବୁଧାର ସମ୍ମୁଖୀନ ହୋଇଥିବା କଥା ଆପଣ ଜାଣିଥିବେ। ତେଲ ନଥିବାରୁ ଗତକାଲି ତାଙ୍କ ହେଲିକପ୍ଟର ଉଡ଼ିପାରିନଥିଲା, ଯେଉଁ କାରଣରୁ ରାହୁଲଙ୍କୁ ସାହଡୋଲରେ ଅଟକିବାକୁ ପଡ଼ିଥିଲା।

ସାହଡୋଲରେ ଅନୁଷ୍ଠିତ ସାଧାରଣ ସଭା ପରେ ରାହୁଲ ଗାନ୍ଧିଙ୍କୁ ଜାମୁଇ ହେଲିପ୍ୟାଡରୁ ଜବଲପୁର ଯିବାକୁ ପଡ଼ିଥିଲା। କିନ୍ତୁ ଇନ୍ଧନ ଅଭାବରୁ ରାହୁଲଙ୍କ ହେଲିକପ୍ଟର ଉଡ଼ି ପାରିନଥିଲା। ଠିକ୍ ସମୟରେ ଇନ୍ଧନ ଟ୍ୟାଙ୍କର ନ ପହଞ୍ଚିବାରୁ ଏହି ସମସ୍ୟା ଉପୁଜିଥିଲା। ମିଳିଥିବା ସୂଚନା ଅନୁଯାୟୀ, ରାହୁଲ ଗତକ‌ାଲି ରାତି ସାହଡୋଲରେ କାଟିଛନ୍ତି।

ସେ ସେଠାରେ ରହି ସାହଡୋଲ-କଟନୀ ଜାତୀୟ ରାଜପଥ ୪୩ସ୍ଥିତ ଏକ ଢାବାରେ ପହଞ୍ଚି ରାତ୍ର ଭୋଜନ କରିଥିଲେ। ତାଙ୍କ ସହିତ ମଧ୍ୟପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ଜିତୁ ପଟୱାରୀ ଓ କଂଗ୍ରେସ ନେତା କୁଣାଲ ଚୌଧୁରୀ ବି ସେଠାରେ ଉପସ୍ଥିତ ଥିଲେ।

ସେଠାରେ ରାହୁଲ ରାତି କଟାଇବା ପରେ ଆଜି ସକାଳୁ ଉମରିଆରେ ପହଞ୍ଚିଛନ୍ତି। ସେଠାରେ ସେ କିଛି ଆଦିବାସୀ ମହିଳାଙ୍କୁ ଭେଟି ତାଙ୍କ ସହ କଥା ହୋଇଛନ୍ତି। ଜାଣିରଖନ୍ତୁ ଯେ ସେହି ଅଞ୍ଚଳରେ ଖୁବ୍ ଅଧିକ ଆଦିବାସୀ ସଂପ୍ରଦାୟର ଲୋକେ ବସବାସ କରନ୍ତି।

ଲୋକସଭା ନିର୍ବାଚନ ପ୍ରଚାର ପାଇଁ ରାହୁଲ ଗାନ୍ଧି ସୋମବାର ସାହଡୋଲରେ ପହଞ୍ଚିଛଥିଲେ। ସେ ବୈଠକ ଛାଡ଼ିବାକୁ ପ୍ରସ୍ତୁତ ଥିବା ବେଳେ ହେଲିକପ୍ଟରରେ ଇନ୍ଧନ କମ୍ ଥିବା ଜଣାପଡ଼ିଥିଲା ।

ସୂଚନାଯୋଗ୍ୟ ଯେ, ହେଲିକପ୍ଟରରେ ପ୍ରାୟତଃ ଜେଟ୍ ଇନ୍ଧନ ବ୍ୟବହାର କରାଯାଏ । ବିଭିନ୍ନ ପ୍ରକାରର ଜେଟ ଇନ୍ଧନ ମଧ୍ୟରେ ରହିଛି ଜେଟ-ଏ କିମ୍ବା ଜେଟ-ଏ୧

ସମ୍ବନ୍ଧିତ ଖବର