ମଞ୍ଚରେ ଅଭିନୟ କରୁଥିଲେ ରୁଷ ଅଭିନେତ୍ରୀ, ୟୁକ୍ରେନ କଲା କ୍ଷେପଣାସ୍ତ୍ର ମାଡ଼

କିଭ୍ : ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଜଣେ ରୁଷୀୟ ଅଭିନେତ୍ରୀଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଏକ ଲାଇଭ୍ ସୋ’ ସମୟରେ ଏହି ଘଟଣା ଘଟିଛି। ଅଭିନେତ୍ରୀ ପୋଲିନା ମେନସିଖ୍ ପୂର୍ବ ୟୁକ୍ରେନର ରୁଷ ନିୟନ୍ତ୍ରିତ ଅଞ୍ଚଳ ଡୋନବାସରେ ରୁଷୀୟ ସୈନ୍ୟଙ୍କ ପାଇଁ ଲାଇଭ୍ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ୟୁକ୍ରେନ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହି ଆକ୍ରମଣରେ ଅଭିନେତ୍ରୀଙ୍କ ମୃତ୍ୟୁ ଘଟିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ ୧୯ ତାରିଖରେ ଏହି ଘଟଣା ଘଟିଥିବା ଜଣାଯାଇଛି ।

 

ରିପୋର୍ଟ ଅନୁଯାୟୀ, ୪୦ ବର୍ଷୀୟା ଅଭିନେତ୍ରୀ ପୋଲିନା ମେନ୍ଶିଖ ରୁଷୀୟ ଥିଏଟରରେ କାମ କରୁଥିଲେ। ରୁଷର କ୍ଷେପଣାସ୍ତ୍ର ଓ ଆର୍ଟିଲାରୀ ଫୋର୍ସର ବାର୍ଷିକ ଦିବସ ସମାରୋହ ଅବସରରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଭିନେତ୍ରୀ ଅଭିନୟ କରୁଥିଲେ। ଏହି ସମୟରେ ୟୁକ୍ରେନ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହି ଆକ୍ରମଣରେ ଅଭିନେତ୍ରୀଙ୍କ ସମେତ କିଛି ରୁଷୀୟ ନୌସେନା ମଧ୍ୟ ପ୍ରାଣ ହରାଇଥିଲେ। କନସର୍ଟ ହଲ୍ ଉପରେ ହୋଇଥିବା ଆକ୍ରମଣରେ ଅତି କମରେ ୧୦୦ ଜଣ ଆହତ ହୋଇଛନ୍ତି। ତେବେ ଏହି ଆକ୍ରମଣରେ କେତେ ଲୋକ ପ୍ରାଣ ହରାଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର