ଭାରତ ଗସ୍ତରେ ଆସିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ ଗ୍ରହଣ କଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ରାଜପକ୍ଷେ

ନୂଆଦିଲ୍ଲୀ: ଶ୍ରୀଲଙ୍କାର ନବ ନିର୍ବାଚିତ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ନଭେମ୍ବର ୨୯ ତାରିଖ ଦିନ ଭାରତକୁ ଆସିବେ।

ନୂତନ ରାଷ୍ଟ୍ରପତିଙ୍କୁ ପ୍ରଥମ କରି ଭେଟିବା ପରେ ଏ କଥା ନିଶ୍ଚିତ କରି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଟୁଇଟ୍‌ କରିଛନ୍ତି: ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବୟା ରାଜପକ୍ଷେଙ୍କ ସହ ଉଚ୍ଛ୍ୱାସଭରା ବୈଠକ। ମିଳିତ ଶାନ୍ତି, ପ୍ରଗତି, ସମୃଦ୍ଧି ଓ ନିରାପତ୍ତା ନିମେନ୍ତେ ଭାଗିଦାରୀ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତା ଜଣାଇଲି। ତାଙ୍କର ନେତୃତ୍ୱରେ ଭାରତ ଓ ଶ୍ରୀଲଙ୍କାର ସମ୍ପର୍କ ଉନ୍ନତ ହେବ ବୋଲି ଦୃଢ଼ନିଶ୍ଚିତ।

Image Source: Times of India

ମଙ୍ଗଳବାର ଦିନ ବିମାନ ଯୋଗେ କଲମ୍ବୋ ଯାତ୍ରା କରି ନବ ନିର୍ବାଚିତ ଶ୍ରୀଲଙ୍କୀୟ ରାଷ୍ଟ୍ରପତିଙ୍କୁ ଭେଟିଥିବା ପ୍ରଥମ ଉଚ୍ଚସ୍ତରୀୟ ବିଦେଶୀ ଗଣ୍ୟମାନ୍ୟ ବ୍ୟକ୍ତି ହେଉଛନ୍ତି ଜୟଶଙ୍କର। ଏହାକୁ ସଂକ୍ଷିପ୍ତ ଗସ୍ତ ବୋଲି ବର୍ଣ୍ଣନା କରି ସରକାରଙ୍କ ତରଫରୁ କୁହାଯାଇଛି କି, ଏହା ଶ୍ରୀଲଙ୍କାକୁ ଭାରତର ସମର୍ଥନ ଏବଂ ନୂଆ ସରକାରଙ୍କ ସହ ନିବିଡ଼ ଭାବେ କାମ କରିବାର ଇଚ୍ଛାର ପରିପ୍ରକାଶ।

ସମ୍ବନ୍ଧିତ ଖବର