କେଜ୍ରୀୱାଲଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ: କ୍ଷମା ମାଗିବାକୁ ଚାହୁଁଛନ୍ତି କି?

ନୂଆଦିଲ୍ଲୀ: ମାନହାନୀ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରୀୱାଲଙ୍କୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ ପଚାରିଛନ୍ତି ଆପଣ ଅଭିଯୋଗ କରିଥିବା ପ୍ରତିପକ୍ଷଙ୍କୁ କ୍ଷମା ମାଗିବାକୁ ଚାହୁଁଛନ୍ତି କି? ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ କେଜ୍ରୀୱାଲଙ୍କ ବିରୋଧରେ ସମନ ଜାରି କରିଥିଲେ। ଏହା ପରେ କେଜ୍ରୀୱାଲ ଏନେଇ ଶୀର୍ଷକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଏହା ପୂର୍ବରୁ ଫେବ୍ରୁୟାରୀ ୨୬ରେ ସୁ୍ପ୍ରିମକୋର୍ଟରେ କେଜ୍ରୀୱାଲ କହିଥିଲେ ସେ ବିଜେପି ଆଇଟି ସେଲରେ ୟୁଟ୍ୟୁବର ଧ୍ରୁବ ରାଠିଙ୍କ ଭିଡ଼ିଓ ରିଟୁଇଟ କରିବାର ଭୁଲ୍ କରିଥିଲେ। ଅଭିଯୋଗକାରୀ ବିକାଶ ସାଂସ୍କୃତାୟନଙ୍କ ଆଇନଜୀବୀ ବିଚାରପତି ସଞ୍ଜିବ ଖାନା ଏବଂ ଦୀପାଙ୍କ ଦତ୍ତାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ସମ୍ମୁଖରେ ହାଜର ହୋଇଥିଲେ। ସେ କହିଥିଲେ କେଜ୍ରୀୱାଲ ଏକ୍ସ ଅବା ଇନଷ୍ଟାଗ୍ରାମ୍ ଭଳି ସାର୍ବଜନୀକ ପ୍ଲାଟଫର୍ମରେ କ୍ଷମା ମାଗି ପାରିବେ। ‌ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଆପଣ କ’ଣ ଚାହାନ୍ତି ତାହା ଆମକୁ କୁହନ୍ତୁ।

କେଜ୍ରୀୱାଲଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ ଅଭିଷେକ ମନୁ ସିଙ୍ଗଭୀ କହିଥିଲେ ଯଦି ଆପଣ କ୍ଷମା ମାଗିବାକୁ ଚାହାନ୍ତି ତେବେ ତାହା କରିପାରିବେ। ଅନ୍ୟଥା ଆମେ ଅଇନଗତ ପ୍ରକି୍ରୟାର ଯାଞ୍ଚ୍ କରିବା ଯେ କେବଳ ରିଟୁଇଟ କରାଯିବା ଅପରାଧ ନା ନୁହେଁ।
ଶୀର୍ଷକୋର୍ଟ ଏହି ମାମଲାକୁ ମେ ୧୩ ତାରିଖରେ ଶୁଣାଣି ପାଇଁ ତାଲିକାଭୁକ୍ତ କରିଛନ୍ତି।

ଫେବ୍ରୁୟାରୀ ୨୬ରେ ସୁପ୍ରିମକୋର୍ଟ କେଜ୍ରୀୱାଲଙ୍କୁ କୌଣସି ନୋଟିସ ଜାରି ବିନା ଅଭିଯୋଗକାରୀଙ୍କୁ ପଚାରିଥିଲେ କି ସେ ମାମଲାକୁ ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି କି? ତେବେ ଅଭିଯୋଗକାରୀ ରିଟୁଇଟ କରିବା ଏକ ଭୁଲ ବୋଲି କହିଥିଲେ।

 

 

ସମ୍ବନ୍ଧିତ ଖବର