ମାତ୍ର ୯ ଲକ୍ଷ ଟଙ୍କା ପାଇଁ ୧୪୫ ଜଣଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ

ମସ୍କୋ : ଗତ ମାସରେ ମସ୍କୋର ସିଟି କନସର୍ଟ ହଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ଏକ ନାଟକୀୟ ମୋଡ଼ ନେଇଛି । ଏହି ଆକ୍ରମଣରେ ପଛରେ ୟୁକ୍ରେନର ସଂପୃକ୍ତି ଥିବା ରୁଷର ତଦନ୍ତକାରୀ ଏଜେନ୍ସିମାନେ ସଂଦେହ କରୁଛନ୍ତି । ଆତଙ୍କବାଦୀମାନେ ମାତ୍ର ୧୦ ଲକ୍ଷ ରୁବେଲ ଅର୍ଥାତ୍ ୯ ଲକ୍ଷ ଟଙ୍କାରେ ୧୪୫ ଜଣଙ୍କୁ ହତ୍ୟା କରିଥିଲେ ବୋଲି ଜଣାପଡ଼ିଛି ।

ଆକ୍ରମଣ ପରେ ଏହି ଆତଙ୍କବାଦୀମାନେ ୟୁକ୍ରେନ୍ କୁ ପଳାୟନ କରିବାକୁ ଯାଉଥିଲେ। ଏଥିପାଇଁ ସେ ଦୁଇଟି ମାର୍ଗ ବାଛିଥିଲେ। ସୀମାରେ ଜଣେ ବ୍ୟକ୍ତି ସେମାନଙ୍କୁ ୟୁକ୍ରେନ ସୀମା ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେବାର ଥିଲା । ୟୁକ୍ରେନ ରାଜଧାନୀ କିବରେ ସେମାନଙ୍କୁ ଦେବାର ଥିଲା। ଋଷିଆର ଫେଡେରାଲ ସିକ୍ୟୁରିଟି ସର୍ଭିସ ଆଗରେ ଆତଙ୍କବାଦୀମାନେ ନିଜେ ଏହା ସ୍ୱୀକାର କରିଛନ୍ତି ।

ଗତ ମାର୍ଚ୍ଚ ୨୨ ତାରିଖରେ ୪ ଜଣ ତାଜିକ୍ ମସ୍କୋର କ୍ରୋକସ୍ ସିଟି ହଲ୍ ଉପରକୁ ଗୁଳି ଚଳାଇବା ସହ କୋଠାରେ ନିଆଁ ଲଗାଇ ଦେଇଥିଲେ। ଏହି ଆକ୍ରମଣରେ ପ୍ରାୟ ୧୪୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିଲେ। ଆକ୍ରମଣକାରୀମାନେ ୟୁକ୍ରେନ୍ ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା।

ମସ୍କୋ ଉପରେ ହୋଇଥିବା ଆକ୍ରମଣକୁ ଜିହାଦୀ ସଂଗଠନ ଇସ୍ଲାମିକ ଷ୍ଟେଟ୍ ଖୋରାସାନ୍ ପ୍ରୋଭିନ୍ସ (ଆଇଏସଆଇଏସ) ଦାୟୀ କରିଥିବା ବେଳେ ଫେଡେରାଲ ସିକ୍ୟୁରିଟି ସର୍ଭିସର ମୁଖ୍ୟ ଏଲେଗେଣ୍ଡର ବିଶ୍ୱାସ କରିଛନ୍ତି ଯେ ଏହି ଆକ୍ରମଣର ଆମେରିକା, ବ୍ରିଟେନ ଏବଂ ୟୁକ୍ରେନ ସହ ମଧ୍ୟ ସମ୍ପର୍କ ଥାଇପାରେ ।

ସମ୍ବନ୍ଧିତ ଖବର