ଅନ୍ତିମ ସଂସ୍କାର ପୂର୍ବରୁ ବୈଶାଲୀଙ୍କ ଏହି ଶେଷ ଇଚ୍ଛା ପୂରଣ କ‌ଲେ ପରିବାର

ମୁମ୍ବାଇ: ଅନ୍ତମ ସଂସ୍କାର ପୂର୍ବରୁ ବୈଶାଲୀଙ୍କ ଏହି ଶେଷ ଇଚ୍ଛା ପୁରଣ କ‌ଲେ ପରିବାର। ଅକ୍ଟେବାର ୧୬ରେ ଜଣାଶୁଣା ଟେଲି ଅଭିନେତ୍ରୀ ବୈଶାଲୀ ଟକ୍କର ନିଜ ଘରେ ଆତ୍ମହତ୍ୟା କରିଥିଲେ। ଅଭିନେତ୍ରୀ ଇନ୍ଦୋରରେ ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ତାଙ୍କର ଏଭଳି ପଦକ୍ଷେପ ପାଇଁ ସେ ପଡୋଶୀ ରାହୁଲ ଏବଂ ତାଙ୍କ ପତ୍ନୀଙ୍କୁ  ସୁଇସାଇଡ ନୋଟରେ ଦାୟୀ କରିଥିବା ବେଳେ ପୁଲିସ ଦୁହିଁଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ଶବ ବ୍ୟବଚ୍ଛେଦ ପରେ ବୈଶାଲୀଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ତାଙ୍କର ପରିବାର ଲୋକେ ବୈଶାଲୀଙ୍କ ଶେଷ ଇଚ୍ଛା ପୁରଣ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ବୈଶାଲୀ ତାଙ୍କ ଆଖିକୁ ବହୁତ ଭଲ ପାଉଥିଲେ। ଏହା ସହ ମୃତ୍ୟୁ ପରେ ସେ ଆଖି ଦାନ କରିବାକୁ ଚାହୁଁଥିବା କଥା ତାଙ୍କ ମା’ଙ୍କୁ ମଧ୍ୟ କହିଥିଲେ। ଯେତେବେଳେ ବୈଶାଲୀଙ୍କ ଦେହାନ୍ତ ହେଲା, ପରିବାର ତାଙ୍କର ଶେଷ ରୀତିନୀତି କରିବା ପୂର୍ବରୁ ତାଙ୍କର ଶେଷ ଇଚ୍ଛା ପୁରଣ କରିଥିବା ଜଣାପଡ଼ିଛି। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ବୈଶାଲୀଙ୍କ ଆଖି ଦାନ କରାଯାଇଛି, ଯାହା ଦ୍ବାରା ଅନ୍ୟ କେହି ଏହି ଦୁନିଆ ଦେଖି ପାରିବ।

ତେବେ ଜୀବନ ହାରିବା ପାଇଁ ଉସୁକାଇଥିବାରୁ ଟେଲି ଅଭିନେତ୍ରୀ ବୈଶାଲୀ ଟକ୍କରଙ୍କ ପୂର୍ବ ପ୍ରେମିକ ରାହୁଲ ନବଲାନୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବୈଶାଲୀ ନିଜ ମୃତ୍ୟୁ ପାଇଁ ପୂର୍ବ ପ୍ରେମିକ ରାହୁଲ ନବଲାନୀ ଓ ତାଙ୍କ ପତ୍ନୀ ଦିଶାଙ୍କୁ ଦାୟୀ କରିଥିଲେ। ବୈଶାଲୀଙ୍କ ସୁଇସାଇଡ ନୋଟକୁ ଆଧାର କରି ଏବେ ପୁଲିସ ବୈଶାଲୀଙ୍କ ପଡୋଶୀ ରାହୁଲ ନବଲାନୀ ଓ ତାଙ୍କ ପତ୍ନୀ ଦିଶାଙ୍କ ବିରୋଧରେ ମାମଲା ରୁଜୁ କରିଛି। ରାହୁଲ ଏବେ ଫେରାର ଥିବା କୁହାଯାଉଛି।

ମିଳିଥିବା ସୂଚନା ମୁତାବକ, ଅକ୍ଟୋବର ୨୦ ତାରିଖରେ ବୈଶାଲୀଙ୍କ ବିବାହ ହୋଇଥାନ୍ତା। ଗଣମାଧ୍ୟମ ରପୋର୍ଟ ଅନୁଯାୟୀ ମିଥେଶଙ୍କୁ ବିବାହ କରିଥାନ୍ତେ ସେ। ମିଥେଶ ହେଉଛନ୍ତି କାଲିଫର୍ଣ୍ଣିଆସ୍ଥିତ ସଫ୍ଟୱେୟାର୍‌ ଇଞ୍ଜିନିୟର୍‌। ମାତ୍ର କେଉଁଠି ନା କେଉଁଠି ବୈଶାଲୀଙ୍କ ମନରେ ଭୟ ଥିଲା ଯେ ପୂର୍ବଥର ପରି ଏଥର ବି ତାଙ୍କ ପୂର୍ବ ପ୍ରେମିକ ତାଙ୍କ ବିବାହରେ ବାଧା ଉପୁଜାଇବେ। କା‌ରଣ ପୂର୍ବରୁ ରାହୁଲଙ୍କ କାରଣରୁ ବୈଶାଲୀଙ୍କର କେନିଆରେ ରହୁଥିବା ଡାକ୍ତର ଅଭିନନ୍ଦନ ସିଂହଙ୍କ ସହ ବିବାହ ଭାଙ୍ଗିଥିଲା। ରାହୁଲ ବୈଶାଲୀଙ୍କ କିଛି ଫଟୋ ଏବଂ ଭିଡିଓ ଅଭିନନ୍ଦନଙ୍କୁ ପଠାଇବା ପରେ ତାଙ୍କର ବିବାହ ଭାଙ୍ଗିଥିଲା। ଏଥର ମଧ୍ୟ ମିଥେଶଙ୍କ ସହ ବୈଶାଲୀଙ୍କ ବିବାହ ଭାଙ୍ଗିବାକୁ ଉଦ୍ୟମ କରୁଥିଲେ ରାହୁଲ। ଏହି କାରଣରୁ ବୈଶାଲୀ ଜୀବନ ହାରିଥିଲେ।

ସମ୍ବନ୍ଧିତ ଖବର