ଏହି ସବୁ ସରବତରୁ ସକାଳ ଆରମ୍ଭ କଲେ ଭଲରେ କଟିବ ପୂରା ଦିନ
ଏକ ଭଲ ଦିନର ଆରମ୍ଭ ଏକ ଭଲ ସକାଳରୁ ହିଁ ହୋଇଥାଏ। ଆପଣ ସକାଳ ସମୟରେ କ’ଣ ଖାଉଛନ୍ତି ଓ କ’ଣ ପିଉଛନ୍ତି ତାହା ଆପଣଙ୍କ ଶରୀର ଉପରେ ବିଶେଷ ଭାବେ ପ୍ରଭାବ ପକାଇଥାଏ। ରାତିରେ ଆମେ ଦୀର୍ଘ ସମୟ ଧରି ଶୋଇ ରହୁଥିବା କାରଣରୁ ଶରୀରକୁ ଖାଦ୍ୟ, ପାନୀୟ ଠିକ୍ ଭାବେ ମିଳିପାରେ ନାହିଁ। ସକାଳୁ ଉଠିବା ପରେ ଆମ ଦେହ ଶୁଷ୍କ ହୋଇ ଯାଇଥାଏ। ଶରୀରରେ ଜଳୀୟ ଅଂଶ କମ୍ ହୋଇଥାଏ। ଏହି କାରଣରୁ ଆମକୁ ସକାଳ ପାନୀୟ ଉପରେ ବିଶେଷ ଗୁରୁତ୍ବ ଦେବା ଆବଶ୍ୟକ। ତେବେ, ଚାଲନ୍ତୁ ଜାଣିବା ନିଜକୁ ସୁସ୍ଥ ରଖିବା ପାଇଁ ଆମକୁ କ’ଣ କ’ଣ କରିବାକୁ ପଡ଼ିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ସକାଳ ସମୟରେ ଲେମ୍ବୁ ପାଣି ପିଇବା ଖୁବ୍ ଉପକାରୀ ହୋଇଥାଏ। ମାତ୍ର ମନେ ରଖନ୍ତୁ କେବେ ବି ଲେମ୍ବୁ ପାଣି ଖାଲି ପେଟରେ ପିଇବେ ନାହିଁ। ଲେମ୍ବୁ ପାଣି ପିଇବା ପୂର୍ବରୁ ଆପଣ ସକାଳ ଜଳଖିଆ କରି ସାରିଥିବା ଆବଶ୍ୟକ। ଏହାବ୍ୟତୀତ ବିଟ୍, ଗାଜର, ପୋଦିନା ଓ କଲରା ଆଦିର ରସ ମଧ୍ୟ ସକାଳୁ ପିଇବା ଅତ୍ୟନ୍ତ ଭଲ ହୋଇଥାଏ।