ଜାଣନ୍ତୁ ଆଜିର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ ଆତ୍ମବିଶ୍ବାସ ସାହାଯ୍ୟକାରୀ ସାବ୍ୟସ୍ତ ହେବ। ବେପାର ଦିଗୁଣା ବଢ଼ିବ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ରହିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ବହୁତ ଭଲ।

ବୃଷ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ବ୍ୟବସାୟରେ ଭାଗୀଦାରି ଭାବିଚିନ୍ତି କରନ୍ତୁ। ଜୀବନସାଥୀଙ୍କ ଠାରେ ପରିବର୍ତ୍ତନ ଆସିବା ଯୋଗୁଁ ଘରେ ଖୁସିର ପରିବେଶ ରହିବ।

ମିଥୁନ: କୌଣସି କଂପାନିରୁ ଚାକିରିର ସୁଯୋଗ ଆସିପାରେ। ରାଜନୀତିରେ ସଫଳତା ପାଇବେ। ପରିବାରରେ ସୁଖଦ ବାତାବରଣ ରହିବ। ଇଲେକ୍ଟ୍ରିକ୍ ଯାନ କିଣି ପାରନ୍ତି।

କର୍କଟ: ନିକଟ ସଂପର୍କୀୟ ଆପଣଙ୍କ ଖୁସି ବଢ଼ାଇପାରନ୍ତି। ଇଲେକ୍ଟ୍ରୋନିକ ସାମଗ୍ରୀ କିଣିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଡାକ୍ତରୀ ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।

ସିଂହ: ବ୍ୟବସାୟ ପାଇଁ ଦିନଟି ଭଲ। ନୂଆ ବନ୍ଧୁ ଆସିବା ଯୋଗୁଁ ଘର ଉତ୍ସବମୁଖର ରହିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ। ଗ୍ରାଫିକ ଡିଜାଇନର୍‌ଙ୍କ ପାଇଁ ଦିନଟି ଭଲ।

କନ୍ୟା: ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ। ଜୀବନସାଥୀଙ୍କୁ ନିଜର ସମସ୍ୟା କହନ୍ତୁ, ମନର ବୋଝ ହାଲୁକା ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା: ଆପଣଙ୍କୁ ରୋଜଗାରର ଉଚିତ ଅବସର ପ୍ରା‌ପ୍ତ ହେବ। ଅଫିସରେ ସହକର୍ମୀଙ୍କର ସହଯୋଗରେ କାମ ଶୀଘ୍ର ସମାପ୍ତ କରିନେବେ। ଘରୋଇ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ କରିବେ।

ବିଛା: ବେପାରକୁ ନେଇ ମନରେ ନୂଆ ବିଚାର ଆସିବ। ପୁରୁଣା ବନ୍ଧୁ ସହିତ ଆପଣଙ୍କର ସାକ୍ଷାତ୍‌ ହେବ। ଅଚାନକ ଧନଲାଭ ହେବ। ବିଦ୍ୟାର୍ଥୀଙ୍କ ମନ ପାଠପଢ଼ାରେ ଲାଗିବ।

ଧନୁ: ବ୍ୟାବସାୟିକ କ୍ଷେତ୍ରରେ ନୂଆ ଲୋକଙ୍କ ସହିତ ମିଶିବେ। ବନ୍ଧୁ ସହିତ ଦିନଟି ମଉଜ ମସ୍ତିରେ କଟିବ। ସନ୍ତାନ ଆପଣଙ୍କୁ ଭଲ ଖବର ଶୁଣାଇବେ। ଘରେ ସୁଖ ଶାନ୍ତି ବଜାୟ ରହିବ।

ମକର: ଘରୋଇ କାର୍ଯ୍ୟରେ ପରିବାରର ସହଯୋଗ ପାଇବେ। ବ୍ୟବସାୟରେ ବଡ଼ ଚୁକ୍ତି ହେବ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ପ୍ରେମ ଜୀବନ ଭଲ ରହିବ।

କୁମ୍ଭ: ପୂର୍ବରୁ କରିଥିବା ସାମାଜିକ କାର୍ଯ୍ୟ ପାଇଁ ଆପଣ ସମ୍ମାନିତ ହେବେ। ନୂଆ ବେପାର କରିବା ପାଇଁ ମନ ସ୍ଥିର କରିବେ। ଚାକିରି ଆଶାୟୀଙ୍କ ପାଇଁ ଦିନଟି ଭଲ।

ମୀନ: ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଘରୋଇ ଚାକିରିଆଙ୍କର ପଦୋନ୍ନତି ହେବ। ବନ୍ଧୁ ସହିତ ପ୍ରସ୍ତୁତ କରିଥିବା ଯୋଜନା ବାତିଲ ହୋଇପାରେ।

ସମ୍ବନ୍ଧିତ ଖବର