ଜାଣନ୍ତୁ ଆଜିର ରାଶିଫଳ

ମେଷ: ବଡ଼ ସୁଯୋଗ ମିଳିବା ଯୋଗୁଁ ଧନଲାଭ ହେବ। ପୁସ୍ତକ ବ୍ୟବସାୟୀଙ୍କର ବିକ୍ରି ବଢ଼ିବ। ରାଜନୀତିରେ ଯୋଗଯୋଗ ଭଲ ରହିବ। ପାରିବାରିକ ଜୀବନ ଉତ୍ସବମୁଖର ହେବ।

ବୃଷ: ଏକାଗ୍ର ଚିତ୍ତରେ କରୁଥିବା କାମର ଭଲ ପରିଣାମ ପାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବାର ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପ୍ରେମୀଙ୍କ ଲାଗି ଭଲ ଦିନଟିଏ।

ମିଥୁନ: ବ୍ୟବସାୟରେ ଏଭଳି ଯୋଜନା ଲାଗୁ କରିବେ ଯାହା ଆପଣଙ୍କୁ ପ୍ରଚୁର ଲାଭ ଦେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ। ପରିବାରରେ ମଧୁରତା ସହିତ ବିଶ୍ବାସ ବି ବଢ଼ିବ।

କର୍କଟ: ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉପୁଜିବ। ସକାରାତ୍ମକ ଲୋକଙ୍କ ପରାମର୍ଶ ଆପଣଙ୍କୁ ଲାଭ ଦେବ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ସିଂହ: ଆପଣଙ୍କ ଭାବନାରେ ପରିବର୍ତ୍ତନ ଆସିବ। ଯେଉଁ ନିଷ୍ପତ୍ତି ନେବେ ଆପଣଙ୍କ ଲାଗି ଲାଭପ୍ରଦ ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ।‌

କନ୍ୟା: ରଚନାତ୍ମକ କାର୍ଯ୍ୟ ଆପଣଙ୍କୁ ଆଗକୁ ବଢ଼ାଇବାରେ ସହାୟକ ହେବ। ପଦୋନ୍ନତି ସହ ମନପସନ୍ଦ ଜାଗାକୁ ବଦଳି ହୋଇପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ‌

ତୁଳା: ଧ୍ୟାନ ଜପରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଯେଉଁ କାମ କରିବେ କମ୍ ସମୟରେ ପୂରା କରିଦେବେ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ।

ବିଛା: ପୂର୍ବ କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। ନୂଆ ଜାଗାକୁ ଯିବା ପାଇଁ ଯୋଜନା କରିବେ। ଜୀବନସାଥୀ ସହିତ ଲାଗି ରହିଥିବା ଭୁଲ୍ ବୁଝାମଣା ଦୂର ହେବ।

ଧନୁ: ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ସମାଜରେ ଆପଣଙ୍କର ଭାବମୂର୍ତ୍ତି ଭଲ ରହିବ। କାରବାର ବୃଦ୍ଧି ଲାଗି ଆପଣଙ୍କୁ ଭଲ ପରାମର୍ଶ ମିଳିବ।

ମକର: ସରକାରୀ କାମ କରୁଥିବା ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ମିଳିପାରେ। ଘରେ କୌଣସି ପ୍ରକାର ମରାମତି କାର୍ଯ୍ୟ କରିପାରନ୍ତି। ଜୀବନରେ ନୂଆ ସଂପର୍କ ଆରମ୍ଭ ହୋଇପାରେ।

କୁମ୍ଭ: ଜୀବିକାରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଛାତ୍ରଛାତ୍ରୀ ଭଲ ଫଳ ପାଇବା ପାଇଁ ଅଧିକ ପରିଶ୍ରମ କରନ୍ତୁ।

ମୀନ: ସାରା ଦିନ ଆପଣଙ୍କ ଚେହେରାରେ ପ୍ରସନ୍ନତା ବଜାୟ ରହିବ। ବେପାରୀଙ୍କୁ ଲାଭ ହେବ। ପାଖ ଲୋକ ଆପଣଙ୍କୁ ଧାର ମାଗି ପାରନ୍ତି। ବୈବାହିକ ଜୀବନରେ ସୁଖ ବୃଦ୍ଧି ହେବ।

ସମ୍ବନ୍ଧିତ ଖବର