ଆଇସିଓଏମ୍‌ସି କୋଠାକୁ ଆସିଲା ବିଏସ୍‌ସିଏଲ୍‌ କାର୍ଯ୍ୟାଳୟ

ବିଏମ୍‌ସି କେବେ?

ଭୁବନେଶ୍ବର: ସତ୍ୟନଗରରେ ଥିବା ବିଏସ୍‌ସିଏଲ୍‌ ଦ୍ବାରା ପ୍ରସ୍ତୁତ ଆଇସିଓଏମ୍‌ସି କୋଠାକୁ ବିଏସ୍‌ସିଏଲ୍‌ (ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌) କାର୍ଯ୍ୟାଳୟ ସ୍ଥାନାନ୍ତର ହେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଏଠାକୁ କିଛି ଅଂଶ ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ଦୁଇ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟାଳୟ ଏଠାରେ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ପୂର୍ବରୁ ଅର୍ଥାତ୍‌ ଗତ ମାସ ୬ ତାରିଖରେ ଡେଲଏଟ୍‌ ତାହାର ଶାଖା କାର୍ଯ୍ୟାଳୟ ଖୋଲିଥିଲା। ୫ଟି ଫ୍ଲୋର୍‌କୁ ଏହି କମ୍ପାନି ବ୍ୟବହାର କରୁଥିବା ବେଳେ ବିଏସ୍‌ସିଏଲ୍‌ ଗୋଟିଏ ଫ୍ଲୋର୍‌ ବ୍ୟବହାର କରିବ।

ଏହି କୋଠାକୁ ବିଏମ୍‌ସି ଅଫିସ୍‌ ମଧ୍ୟ ସ୍ଥାନାନ୍ତର ହେବ। ତେବେ କେବେ ହେବ ସେ ନେଇ କାହା ପାଖ‌ରେ ସ୍ପଷ୍ଟ ଉତ୍ତର ନାହିଁ। ନିକଟ ଅତୀତରେ ମେୟରଙ୍କ ସମେତ କିଛି ବରିଷ୍ଠ ଅଧିକାରୀ ସମ୍ପୃକ୍ତ କୋଠାକୁ ପରିଦର୍ଶନ କରିଥିଲେ। ଖୁବ୍‌ଶୀଘ୍ର ବିଏମ୍‌ସି ଅଫିସ୍‌ ସ୍ଥାନାନ୍ତର ହେବ ବୋଲି କହିଥିଲେ। ପୂର୍ବରୁ ଏହି କୋଠାକୁ ବିଏମ୍‌ସି ନାମରେ ନାମିତ କରିବା ପାଇଁ ଦାବି ହୋଇଥିଲା। ଏଥିରେ ବିଏମ୍‌ସିର ନାମଗନ୍ଧ ନଥିଲା। ଏହି କୋଠାକୁ ମେୟର ଯିବେ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଥିଲେ। ତେବେ ଏହି କୋଠାରେ ଏବେ ‘ଭୁବନେଶ୍ବର ମହାନଗର ନିଗମ’ ବୋଲି ଲେଖା ହୋଇଛି।

ସମ୍ବନ୍ଧିତ ଖବର