ନକଲି ବନ୍ଧୁକ ଦେଖାଇ ଭିଣୋଇର କାର ଲୁଟ୍: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ନକଲି ବନ୍ଧୁକ ଦେଖାଇ କାର ଲୁଟ୍ କରିଥିବା ଅଭିଯୁକ୍ତ ଗିରଫ ହୋଇଥିବାର ଖବର ମିଳିଛି। ଅଭିଯୁକ୍ତ ରୁଦ୍ର ପ୍ରସାଦ ମହାନ୍ତିକୁ ଗିରଫ କରିଛି ଏୟାରଫିଲଡ ପୁଲିସ।
ଅଭିଯୁକ୍ତ ରୁଦ୍ର ପ୍ରସାଦ ମହାନ୍ତିକୁ ଗାଡ଼ି ଚଢ଼ିବାର ଏତେ ନିଶା ଘାରିଥିଲା ଯେ, ନିଜ ଭିଣୋଇଙ୍କ ଗାଡ଼ି ଲୁଟ କରିବା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ରଚିଥିଲା। ଗତକାଲି ମୁଣ୍ଡରେ ବନ୍ଧୁକ ଲଗାଇ ଗାଡ଼ି ଲୁଟ କରି ଫେରାର ହୋଇଯାଉଥିବା ସମୟରେ ରାସ୍ତାରେ ଅଭିଯୁକ୍ତକୁ କାବୁ କରିଥିଲା ପୁଲିସ। ଭୁବନେଶ୍ୱରରୁ ବ୍ରହ୍ମପୁର ଯିବା ରାସ୍ତାରେ ତାକୁ ପୁଲିସ ଧରିଥିଲା। ପୁଲିସ ନକଲି ବନ୍ଧୁକ ବି ଜବତ କରିଥିଲା।

ସମ୍ବନ୍ଧିତ ଖବର