ବିନ୍ଦୁସାଗରରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ବିନ୍ଦୁସାଗରରୁ ଜଣେ ଅପରିଚିତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଖରୀର ଉତ୍ତରେଶ୍ୱର ଘାଟରେ ମୃତହେଦ ଭାସୁଥିବା ଖବର ଜଣାପଡ଼ିବା ପରେ ଅଗ୍ନିଶମ କର୍ମଚାରୀ ଓ ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ମୃତହେଦକୁ ଉଦ୍ଧାର କରାଯାଇଛି। ମହିଳାଜଣକ କିଏ ଓ କାହିଁକି ଏଠାକୁ ଆସିଥିଲେ ତାହା ଜଣାପଡ଼ି ନାହିଁ। ତେବେ ଗୋଡ଼ ଧୋଇବା ସମୟରେ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ଲିଙ୍ଗରାଜ ଥାନା ପୁଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

ସମ୍ବନ୍ଧିତ ଖବର