ମହାନଦୀରେ ଭାସି ଯାଇଥିବା ଯୁବକଙ୍କ ମୃତଦେହ କୁଶଭଦ୍ରା ନଦୀରୁ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ବାଲିଅନ୍ତା ବଜାର ନିକୁଞ୍ଜ ବିହାରୀ ମନ୍ଦିର ନିକଟ କୁଶଭଦ୍ରା ନଦୀରୁ ଆଜି ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।  ଏନେଇ ବାଲିଅନ୍ତା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି |
ସୂଚନା ଅନୁସାରେ ଗତ ମଙ୍ଗଳବାର ବାରଙ୍ଗ ଥାନା ତଳଗଡ଼ ସ୍ଥିତ ସିଦ୍ଧେଶ୍ୱର ମନ୍ଦିର ପାହାଡ଼ ତଳେ ମହାନଦୀରେ ଗାଧୋଉଥିବା ବେଳେ କଟକର ୨ ଯୁବକ ମହାନଦୀରେ ଭାସି ଯାଇଥିଲେ। ସେମାନେ ହେଲେ ମଙ୍ଗଳାବାଗ ଥାନା ଫ୍ରେଣ୍ଡସ କଲୋନୀର ଆଦିତ୍ୟ ଅଭିଷେକ ମଲ୍ଲିକ ଏବଂ ଦେଉଳସାହିର ଦେବ ପ୍ରିୟ ଚୌଧୁରୀ। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ବହୁ ଖୋଜାଖୋଜି ପରେ ବି ସେମାନଙ୍କୁ ଠାବ କରାଯାଇ ପାରି ନ ଥିଲା। ତେବେ ଆଜି ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ପୁଲିସ ଆଦିତ୍ୟଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲା। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଆଦିତ୍ୟ ଅଭିଷେକ ମଲ୍ଲିକଙ୍କ ଶବ ଚିହ୍ନଟ କରିଛନ୍ତି। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

ପ୍ରକାଶ ଥାଉ କି ନିଖୋଜ ଛାତ୍ରମାନେ କଟକର ଏକ ମହାବିଦ୍ୟାଳୟର ଛାତ୍ର ବୋଲି ଜଣାପଡ଼ିଛି। ଘଟଣା ଦିନ ୮ ଜଣ ସାଙ୍ଗ ନଦୀକୁ ଗାଧୋଇବା ପାଇଁ ଆସିଥିଲେ।ସେମାନଙ୍କ ମଧ୍ୟରୁ ୨ ଜଣ ଭାସି ଯାଇଥିଲେ। ଅନ୍ୟମାନେ ଉଦ୍ଧାର ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ।

ସମ୍ବନ୍ଧିତ ଖବର