କଳିଙ୍ଗ ଭାରତୀ ରେସିଡେନ୍ସିଆଲ କଲେଜରେ ବାର୍ଷିକ ଉତ୍ସବ

ଭୁବନେଶ୍ବର: କଳିଙ୍ଗ ଭାରତୀ ରେସିଡେନ୍ସିଆଲ କଲେଜରେ ବାର୍ଷିକ ଉତ୍ସବ କଲେଜ ପରିସରରେ ପାଳିତ ହୋଇଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଅକ୍ଷୟ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କୁ କଠିନ ଅଧ୍ୟବସାୟ ବଳରେ କିପରି ସଠିକ୍ ଲକ୍ଷ୍ୟରେ ପହଞ୍ଚି ପାରିବେ ସେ ନେଇ ପରାମର୍ଶ ଦେଇଥିଲେ। ଏହି ଅବସରରେ ପ୍ରଥମଥର ପାଇଁ ‘ଜାନକୀ ବଲ୍ଲଭ ମେମୋରିଆଲ ଟିଚର୍ସ ଆୱାର୍ଡ’ ଯୁବ ଶିକ୍ଷାବିତ୍ ଓ ବୈଜ୍ଞାନିକ ଅନିଲ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା।

ସେହିପରି ଜୀବନବ୍ୟାପୀ ଗଣିତ ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବାରୁ ପ୍ରଫେସର ଚିତ୍ତରଞ୍ଜନ ସ୍ବାଇଁଙ୍କୁ ସମ୍ମାନିତ କରାଯାଇଥିବା ବେଳେ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ପୂର୍ଣ୍ଣାନନ୍ଦ ପାର୍ଥସାରଥୀ ଶଙ୍ଖୁଆ, ଡାକ୍ତର ଶିଶିର ପଣ୍ଡା ଓ ସତ୍ୟପ୍ରିୟ ସ୍ବାଇଁଙ୍କୁ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ନିର୍ଦ୍ଦେଶିକା ଲୁସି ମହାପାତ୍ର ପ୍ରାରମ୍ଭିକ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। +୨ ବିଭାଗର ଅଧ୍ୟକ୍ଷ ଡ. ଅଜୟ କୁମାର ମହାନ୍ତି ଏବଂ +୩ ବିଭାଗର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପଣ୍ଡା ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିବା ସହ ଧନ୍ୟବାଦ ଦେଇଥିଲେ। ସଂଧ୍ୟାରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର