ମୃତକଙ୍କ ପରିବାର ପାଖରେ ରାସନ୍‌ କାର୍ଡ, ଜୀବିତଙ୍କର ନାହିଁ

ଭୁବନେଶ୍ବର: ସତ୍‌ସଙ୍ଗବିହାର ନିକଟସ୍ଥ ନେତାଜୀ କୁଷ୍ଠରୋଗୀ କଲୋନିରେ ୧୩ଟି ପରିବାର ବାସ କରନ୍ତି। ସେମାନଙ୍କ ମଧ୍ୟରୁ ମୃତ୍ୟୁ ହୋଇଯାଇଥିବା ୧୦ କୁଷ୍ଠରୋଗୀଙ୍କ ନାମରେ ରାସନ୍‌ କାର୍ଡ ଥିବା ବେଳେ ଜୀବିତ ୩ଜଣଙ୍କର କାର୍ଡ ନାହିଁ। ଫଳରେ ସେମାନେ କରୋନା ପରି ମହାବିପତ୍ତି ସମୟରେ ଦାନା ମୁଠେ ପାଇଁ ସଂଗ୍ରାମ କରୁଛନ୍ତି। କଲୋନିର ସନିଆ ସିଂ, ଶ୍ରୀପତି ପାତ୍ର ଏବଂ ଗୌର କୁଞ୍ଜ ପ୍ରମୁଖ ୬୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ। ଭିକ୍ଷାବୃତ୍ତି ଓ ଜରି ଗୋଟାଇ ଯେଉଁ ପଇସା ଆସେ, ସେଥିରେ ସେମାନେ ପରିବାର ଭରଣପୋଷଣ କରନ୍ତି। ପୂର୍ବରୁ ସେମାନେ ବର୍ଷବର୍ଷ ଧରି ରାସନ୍‌ କାର୍ଡ ପାଇଁ ଆବେଦନ କରିବା ସହ ସରକାରୀ କାର୍ଯ୍ୟାଳୟର ଚକ୍କର ମଧ୍ୟ କାଟିଛନ୍ତି। ହେଲେ ସେମାନଙ୍କୁ ରାସନ୍‌ କାର୍ଡ ମିଳି ନଥିଲା। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ରାସନ୍‌ କାର୍ଡଧାରୀଙ୍କୁ ୩ମାସର ଆଗୁଆ ରାସନ ସାମଗ୍ରୀ ପ୍ରଦାନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏମାନେ ଭିନ୍ନକ୍ଷମ ହୋଇ ମଧ୍ୟ ରାସନକାର୍ଡ ନ ଥିବାରୁ ସେସବୁ ସୁବିଧାରୁ ବଞ୍ଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର