ତମିଆଁ-ମୁଦଲସର୍ ସୁକତେଲ ସେତୁ ଭୁଶୁଡ଼ିବା ଘଟଣା : ନିର୍ବାହୀ ଯନ୍ତ୍ରୀ, ଠିକାଦାରଙ୍କୁ ନୋଟିସ୍‌ ଜାରି କଲେ ଲୋକାୟୁକ୍ତ

ଭୁବନେଶ୍ବର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ତମିଆଁ-ମୁଦଲସର୍ ସୁକତେଲ ସେତୁ ଭୁଶୁଡ଼ିବା ଘଟଣାରେ ଲୋକାୟୁକ୍ତ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ମାମଲା ରୁଜୁ କରିବା ସହ ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ଠିକା ସଂସ୍ଥା ରାମ କୁମାର ଅଗ୍ରୱାଲ ଇଞ୍ଜନିୟରିଂ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତ ନୋଟିସ୍‌ ଜାରି କରିଛନ୍ତି। କେଉଁ ପରିସ୍ଥିତିରେ ସେତୁ ଭୁଶୁଡ଼ିଲା ସେ ସମ୍ପର୍କରେ ଜଣାଇବାକୁ ଉଭୟଙ୍କୁ କୁହାଯାଇଛି। ଏହି ଘଟଣାରେ ନିଜର ମତ ଜଣାଇବା ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ମଧ୍ୟ ନୋଟିସ୍‌ ଜାରି କରାଯାଇଛି। ଆସନ୍ତା ଜୁନ୍ ୧୬ ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ହେବ।

ସମ୍ବନ୍ଧିତ ଖବର