ପୁଲିସ ଏନକାଉଣ୍ଟରରେ ୪ ମାଓବାଦୀ ନିପାତ

ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ଓ କାଂକେର ସୀମାନ୍ତବର୍ତ୍ତୀ ଅଂଚଳରେ ପୁଣି ନକ୍ସଲ ଓ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୭ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ବେଳେ ଏକେ-୪୭ ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି।

ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ନାରାୟଣପୁର ପୁଲିସ ଖବର ପାଇଥିଲା ଯେ ଆବୁଝମାଡ଼ ଜଂଗଲରେ ନକ୍ସଲ କ୍ୟାମ୍ପ କରି ବୈଠକ କରୁଛନ୍ତି। ତୁରନ୍ତ ଡିଆରଜି, ଏସଟିଏଫ ଏବଂ ଜିଲ୍ଲା ପୁଲିସ ଚଢାଉ କରିଥିଲା। ଆଜି ସକାଳୁ ପ୍ରାୟ ୬ଟା ବେଳେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଦୀର୍ଘ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଗୁଳିବିନିମୟ ହୋଇଥିଲା। ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ଦିନ ୧୨ଟା ପର୍ଯ୍ୟନ୍ତ ରହି ରହି ଗୁଳି ଶଦ୍ଦ ଶୁଭୁଥିଲା। ପରେ ଯବାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ୭ ଜଣ ମାଓବାଦୀଙ୍କର ମୃତ ଦେହ ମିଳିଥିଲା। ଏମାନଙ୍କ ମଧ୍ୟରୁ ୨ ଜଣ ମହିଳା ମାଓବାଦୀ ମୃତ୍ୟୁବରଣ କରିଥିବା ପୁଲିସ କହିଛି।

ମୃତ ମାଓବାଦୀଙ୍କର ଚିହ୍ନଟ ପ୍ରକ୍ରିୟା ଚାଲିଥିବା ଏସପି ରବୀନସନ ଗୁରୁଆ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରୁ ଏକେ-୪୭ ସହ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଗତ ଦୁଇ ଦିନରେ ଏହା ଦ୍ବିତୀୟ ଏନକାଉଣ୍ଟର। ସୋମବାର ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଆଜି ୭ ଜଣଙ୍କର ମୃତ୍ୟୁ ହୋଇଛି। ଧୀରେଧୀରେ ସଂଗଠନ ଦୁର୍ବଳ ହେବାକୁ ଲାଗିଛି। କିନ୍ତୁ ମାଓବାଦୀ ନିର୍ବାଚନକୁ ଭଣ୍ଡୁର କରିବାକୁ ବୈଠକମାନ କରୁଛନ୍ତି। କିନ୍ତୁ ନକ୍ସଲଙ୍କ ବୈଠକକୁ ପୁଲିସ ଭଣ୍ଡୁର କରୁଛି। ପୁଲିସକୁ ଲଗାତାର ସଫଳତା ମିଳିବାରେ ଲାଗିଛି। ଏହି ଏନକାଉଣ୍ଟରରେ କୌଣସି ଯବାନ ମୃତାହତ ହୋଇ ନାହାନ୍ତି।

ସମ୍ବନ୍ଧିତ ଖବର