ବଡ଼ବଡ଼ ଷ୍ଟାରମାନଙ୍କ ସହ କାମ କରିବା ପରେ ବି ମିଳିଲା ନାହିଁ କାମ ଫଳ ବିକିବା ପାଇଁ ବାଧ୍ୟ ହେଲି: ଅଭିନେତା

ନୂଆଦିଲ୍ଲୀ: ଅଭିନେତା ହେବାର ସ୍ୱପ୍ନ ନେଇ ଅନେକ ଲୋକ ମୁମ୍ବାଇକୁ ଆସନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ନିଜର ପରିଚୟ ସୃଷ୍ଟି କରିପାରନ୍ତି। ଏଥିପାଇଁ ସେମାନଙ୍କୁ ଅନେକ ସଂଘର୍ଷ ବି କରିବାକୁ ପଡ଼ିଥାଏ। କିନ୍ତୁ ସମୟସମୟରେ କିଛିଲୋକ ଅଭିନୟ ଦୁନିଆରେ ତିଷ୍ଠି ନପାରିବାରୁ ଏଥିରୁ ଓହରି ଯାଇଥାଆନ୍ତି। ପରବର୍ତ୍ତୀ ସମୟରେ ନିଜର ପରିବାରର ଗୁଜୁରାଣ୍ଟ ମେଣ୍ଟାଇବା ପାଇଁ ଅନ୍ୟ ବିକଳ୍ପ ବାଛିଥାଆନ୍ତି।

ଏମିତି ଜଣେ ଅଭିନେତା ହେଉଛନ୍ତି ସୋଲାଙ୍କି ଦିୱାକର। ଯିଏକି  ଆୟୁଷ୍ମାନ ଖୁରାନା ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଭଳି ଷ୍ଟାରମାନଙ୍କ ସହ କାମ କରିଛନ୍ତି। ଏହାପରେ ବି ତାଙ୍କୁ ଇଣ୍ଡଷ୍ଟ୍ରିରେ କାମ ମିଳିଲା ନାହିଁ। ତେଣୁ ସେ ବାଧ୍ୟ ହୋଇ ଅର୍ଥ  ରୋଜଗାର ପାଇଁ ରାସ୍ତାପାର୍ଶ୍ବରେ ଛିଡ଼ା ହୋଇ ଫଳ ବିକ୍ରି କରିବା ଆରମ୍ଭ କରିଥିଲେ।

ଅଭିନେତା ସୋଲାଙ୍କି ଦିୱାକର ଅନେକ ଲୋକପ୍ରିୟ ହିଟ୍ ଫିଲ୍ମରେ ପାର୍ଶ୍ୱ ଭୂମିକାରେ ଅଭିନୟ କରିଛନ୍ତି। କରୋନା ମହାମାରୀ ସମୟରେ ସୋଲାଙ୍କି ଦିୱାକରଙ୍କ ଆର୍ଥିକ ଅବସ୍ଥା ଖୁବ ଖରାପ ହୋଇଯାଇଥିଲା। କାରଣ ସେ ସମୟରେ ‌ତାଙ୍କୁ କାମ ମିଳିବା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା। କାମ ପାଇଁ ସୋଲାଙ୍କି ବେଶୀ ଲୋକଙ୍କୁ ବି ଭେଟି ପାରି ନଥିଲି। କାରଣ ସେତେବେଳେ ଲୋକଙ୍କୁ ଭେଟିବା ଉପରେ କଡ଼‌ା ପ୍ରତିବନ୍ଧକ ଲାଗିଥିଲା। ପରିବାର ଚଳାଇବା ପାଇଁ ସୋଲାଙ୍କିଙ୍କୁ କଷ୍ଟ ହୋଇଥିଲା। ଶେଷରେ ସେ କିଛି ଅର୍ଥ ରୋଜଗାର ପାଇଁ ତାଙ୍କର ପୁରୁଣା ଫଳ ବ୍ୟବସାୟକୁ  ‌ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର