ନିର୍ବାଚନ ଆଚରଣ ବିଧି ଲାଗୁ ପରେ ବି ବ୍ୟାନର୍ ଓ ହୋର୍ଡ଼ିଂ ହଟାଯାଉନି

ରାଇରଙ୍ଗପୁର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିସନର୍ ଗତକାଲି ତାରିଖ ଘୋଷଣା ହୋଇଥିଲେ ମଧ୍ୟ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଭିନ୍ ଅଂଚଳରୁ ବ୍ୟାନର୍ ଓ ହୋର୍ଡ଼ିଂ ହଟାଯାଉନଥିବା ଦେଖିବାକୁ ମିଳୁଛି । ନିୟମ ଅନୁଯାୟୀ ରାଇରଙ୍ଗପୁର ସହରାଂଚଳ ମଧ୍ୟରେ ଥିବା ବିଭିନ୍ନ ସରକାରୀ,ବେସରକାରୀ ସଂସ୍ଥା କାର୍ଯ୍ୟାଳୟ ଓ ବଜାର ମଧ୍ୟରେ ଥିବା ବିଭିନ୍ନ ସ୍ଥାନରେ ଲାଗିଥିବା ଦଳୀୟ ହୋର୍ଡ଼ିଂ, ବ୍ୟାନର୍ ଓ ପୋଷ୍ଟର୍ ହଟାଯାଉଥିବା ବେଳେ ଅନ୍ୟ ବ୍ଲକର ବିଭିନ୍ନ ସ୍ଥାନରେ ଲାଗିଥିବା ବ୍ୟାନର୍ ଓ ହୋର୍ଡ଼ିଂ ଲାଗିରହିଥିବା ଦେଖିବାକୁ ମିଳୁଛି ।

ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ରାଇରଙ୍ଗପୁର ବ୍ଲକର ପୁରୁଣାପାଣି ମୁଖ୍ୟରାସ୍ତାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହୋର୍ଡ଼ିଂ,ପଂଚାୟତ ସମ୍ମୁଖ୍ୟରେ ମମତା ଯୋଜନା ହୋର୍ଡ଼ିଂ, ଗମ୍ଭାରିଆ ପଂଚାୟତ ପାର୍ଶ୍ୱରେ ପ୍ରଧାନମନ୍ତ୍ରୀ କିସାନ ସମୃଦ୍ଧି କେନ୍ଦ୍ରରେ ହୋଡିଂ, ଗମ୍ଭାରିଆ ପଂଚାୟତରେ ବିଦୁ୍ୟତ୍ ବିଭାଗର ବ୍ୟାନର୍ ଓ ବସୁଧା ଯୋଜନାର ବ୍ୟାନର, ବାସିଙ୍ଗୀ ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ମମତା ଯୋଜନାର ହୋର୍ଡ଼ିଂ ସମେତ ଅନ୍ୟ ପଂଚାୟତର ବିଭିନ୍ ଅଂଚଳରେ ବ୍ୟାନର୍ ଓ ହୋର୍ଡ଼ିଂ ବର୍ତ୍ତମାନ ସୁଦ୍ଧା ଲାଗି ରହିଥିବା ଦେଖିବାକୁ ମିଳିଛି । ତେବେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ବ୍ୟାନର୍ ଓ ହୋର୍ଡ଼ିଂ କେବେ ହଟାଯାଉଛି ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର