ସ୍ନେହରେ ନାଚୁଥିଲେ କନ୍ୟା; ହେଲେ ଥରୁଟିଏ ବି ଦେଖିଲେ ନାହିଁ ବର

ନୂଆଦିଲ୍ଲୀ: ନୃତ୍ୟ ଓ ଗୀତ ବିନା ବିବାହ ଅସମ୍ପୂର୍ଣ୍ଣ ମନେହୁଏ। ବିବାହର ପ୍ରକୃତ ମଜା ସଙ୍ଗୀତ ଓ ନୃତ୍ୟରୁ ହିଁ ଆସିଥ‌ାଏ। ଆଜିକାଲି, ବର ଏବଂ ବରଯାତ୍ରୀମାନେ ବିବାହରେ ବାଜୁଥିବା ଡିଜେ ଗୀତରେ ନାଚିବାର ଆମେ ଅନେକ ବାହାଘରରେ ଦେଖିଛନ୍ତି। ପୂର୍ବରୁ ବରମାନେ ବାହାଘରରେ ନନାଚୁଥିଲେ ବି ଆଜିକାଲିକା ବର କିନ୍ତୁ ନିଜକୁ ଅଟକାଇ ପାରୁନାହାନ୍ତି। ନିଜେ ନାଚି ପକାଉଛନ୍ତି ନିଜ ବାହାଘରରେ। କେବଳ ବର କାହିଁକି, ଆଜିକାଲି କନ୍ୟାମାନେ ବି ନିଜ ବାହାଘରରେ ନାଚିବା ପ୍ରଥା ଆରମ୍ଭ କରି ସାରିଲେଣି।

ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବର ଆଗରେ ଜଣେ କନ୍ୟାଙ୍କୁ ନାଚୁଥିବାର ଦେଖିବାକୁ ମିଳିଛି। ହେଲେ ଦୁଃଖର କଥା ହେଉଛି କନ୍ୟାଙ୍କର ସେ ନାଚକୁ ଦେଖି ବରର କୌଣସି ବି ପ୍ରତିକ୍ରିୟା ନାହିଁ। ସେ ଏକଦମ ନଦେଖିଲା ପରି ହେଉଛନ୍ତି ଓ ଶେଷରେ ସେଠାରୁ ଉଠି ଚାଲି ଯାଉଛନ୍ତି।

 

 

View this post on Instagram

 

A post shared by SONA_BABU315 (@rajsthan_sanskriti315)

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଭିଡିଓରେ କନ୍ୟା ଜଣକ ବାହାଘର ପରେ କନ୍ୟା ବେଶରେ ବରଙ୍କ ଆଗରେ ‘ମେରେ ସେୟାଁ ସୁପରଷ୍ଟାର’ ଗୀତରେ ନାଚୁଛନ୍ତି। ସେ  ବର ଆଡକୁ ଅନାଇ ଚମତ୍କାର ନୃତ୍ୟ କରିଥିବା ବେଳେ ମୁଣ୍ଡ ନୁଆଁଇ ବସି ରହିଛନ୍ତି ବର। କନ୍ୟା ଜଣକ ଏହି ମୁହୂର୍ତ୍ତକୁ ଉପଭୋଗ କରୁଥିବା ପରି ମନେହୁଏ। କିନ୍ତୁ ବରଙ୍କର ଆଚରଣ ସମସ୍ତଙ୍କୁ ଆକର୍ଷିତ କରିଥିଲା। ବର ଜଣକ ଏପରି ଆଚରଣ ଦେଖାଉଛନ୍ତି ଯେପରି ସେ ତାଙ୍କ ଚାରିପାଖରେ କ’ଣ ଘଟୁଛି ସେ ବିଷୟରେ ଅବଗତ ନୁହଁନ୍ତି।

ଏହି ମଜାଳିଆ ଭିଡିଓକୁ ୯୦ ହଜାରରୁ ଅଧିକ ଲାଇକ୍ ପାଇଛି। ଭିଡିଓ ଉପରେ ମନ୍ତବ୍ୟ ଦେଇ ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ କନ୍ୟାଙ୍କୁ ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର