ଝିଅର ଚିକିତ୍ସା ପାଇଁ ଯାଇଥିବା ବେଳେ ନିଜେ କର୍କଟ ଆକ୍ରାନ୍ତ ଥିବା ଜାଣିବାକୁ ପାଇଥିଲି: ଅଭିନେତ୍ରୀ

ନୂଆଦିଲ୍ଲୀ: ଜଣାଶୁଣା ଅଭିନେତ୍ରୀ କ୍ରିଷ୍ଟି ଲି ବ୍ରିଙ୍କଲେଙ୍କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀ ନିକଟରେ କର୍କଟ ପୀଡ଼ିତ ଥିବା ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କର ଚିକିତ୍ସା କରାଯାଇଥିଲା। କ୍ରିଷ୍ଟି କର୍କଟ ଆକ୍ରାନ୍ତ ହେବା ସହିତ ଚିକିତ୍ସା ପରେ ତାଙ୍କ ଜୀବନଯାତ୍ରା କେମିତି ଚାଲିଛି ‌ସେବିଷୟରେ ତାଙ୍କ ଅନୁଗାମୀମାନଙ୍କ ସହିତ ସେୟାର କରିଛନ୍ତି।

ଅଭିନେତ୍ରୀ କ୍ରିଷ୍ଟି କର୍କଟ ଚିକିତ୍ସା ପରେ ହସ୍ପିଟାଲ ବିଛଣାରେ ଶୋଇଥିବା ଅବସ୍ଥାରେ ତାଙ୍କର ଏକ ଫଟୋ ସେୟାର କରିଛନ୍ତି।  ଏହି ଫଟୋ ସହିତ କ୍ରିଷ୍ଟି ଲେଖିଛନ୍ତି, ‘ମୁଁ ନିଜକୁ ଭାଗ୍ୟବାନ ବୋଲି କହିବି। କାରଣ ଝିଅର ଚିକିତ୍ସା ପାଇଁ ମୁଁ ହସ୍ପିଟାଲ ଯାଇଥିଲି। ସେଠାରେ ତାର ଚିକିତ୍ସା ଶୀଘ୍ର ଶେଷ ହୋଇଯାଇଥିଲା।

ତେବେ ମୋର ଡାକ୍ତରଙ୍କୁ ଦେଖାଇବାର ସେମିତି କିଛି ଯୋଜନା ନଥିଲା। ଡାକ୍ତରଙ୍କ ପାଖରେ ରୋଗୀଙ୍କ ଭିଡ଼ ଅଧିକ ନଥିବାରୁ ମୋ ଚର୍ମରେ କିଛିଦିନ ହେବ ଦେଖା ଦେଇଥିବା ଦାଗକୁ ମୁଁ ଡାକ୍ତରଙ୍କୁ ଦେଖାଇଥିଲି।

ଡାକ୍ତର ଏହି ଦାଗ ଦେଖି ଚର୍ମ କର୍କଟ ହୋଇଥିବା କହି ମୋର ଚିକିତ୍ସା ତୂରନ୍ତ ଆବଶ୍ୟକ ବୋଲି କହିଥିଲେ। କାରଣ ‌ସେ ମୋ ଶରୀରରେ ବେସାଲ୍ ସେଲ୍ କାରସିନୋମା ଚିହ୍ନଟ କରିଥିଲେ।

ଡାକ୍ତର ମୋର ସଫଳ ବାୟୋପ୍ସି କରିଥିଲେ। ଯାହାଫଳରେ କର୍କଟ ଆକ୍ରାନ୍ତ ହେବାର ପ୍ରାରମ୍ଭିକ ସମୟରୁ ହିଁ ମୋର ଚିକିତ୍ସା ହୋଇଯାଇଥିଲା। ଏବେ ମୁଁ ସୁସ୍ଥ ଅଛି କିନ୍ତୁ କଷ୍ଟ ହେଉଛି। ତଥାପି ମୁଁ ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯିବି ବୋଲି ମୋର ବିଶ୍ବାସ ରହିଛି।’

ସମ୍ବନ୍ଧିତ ଖବର