ବେଦୀରେ ବସି ବର ଏପରି କିଛି କହିଦେଲେ ଯେ ହସି ହସି ବେଦମ ହେଲେ କନ୍ୟାପକ୍ଷ ଲୋକ

ନୂଆଦିଲ୍ଲୀ: ବିବାହ ସଂପର୍କିତ ଅନେକ ଭିଡିଓ ଏବେ ‌ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଅନେକ ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ ତ ପୁଣି କେଉଁଠି ବିବାହ ଭାଙ୍ଗି ଯାଉଥିବାର ଭିଡିଓ ଦେଖିବାକୁ ମିଳିଥାଏ। ମାତ୍ର ନିକଟରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଜଣେ ବରଙ୍କର କମେଡି ଦେଖିବାକୁ ମିଳିଛି। ବର ଜଣକ ଏପରି କମେଡି କରୁଛନ୍ତି ଯେ କନ୍ୟାପକ୍ଷ ଲୋକ ହସି ହସି ବେଦମ ‌ହେଉଛନ୍ତି।

ଭାଇରାଲ୍‌ ଭିଡିଓରେ ଉଭୟ ବର ଓ କନ୍ୟା ବେଦୀ ଉପରେ ବସିଥିବାର ଦେଖିବାକୁ ମିଳିଛନ୍ତି। ସେ ଦୁହିଁଙ୍କୁ ଚାରିପାଖରୁ କିଛି ଲୋକ ଘେରି କରି ରହିଛନ୍ତି। ସେହି ସମୟରେ ବର ଜଣକ କିଛି ଏପରି କହି ଦଉଛନ୍ତି, ଯାହାକୁ ଶୁଣି ସେଠାରେ ଉପସ୍ଥିିତ ସମସ୍ତ ଲୋକ ହସିବାରେ ଲାଗୁଛନ୍ତି। ଏହି ଭିଡିଓଟିକୁ ଦେଖିବା ପରେ ଆପଣ ବି ନିଜର ହସି ରୋକି ପାରିବେ ନାହିଁ।

 

 

View this post on Instagram

 

A post shared by Dhiraj (@dh.iraj1305)

ବର ଜଣକ ମଜାକ ମଜାକରେ କହୁଛନ୍ତି କି ‘ପାନ୍‌ମେ କଥା, କଥା ଚୁନା; ୨୧ ମେ ବିହା ୨୨ ମେ ମୁନ୍ନା’। ଅର୍ଥାତ ସେ ୨୦୨୧ରେ ବିବାହ କରି ୨୦୨୨ ମସିହାରେ ପିଲା କରିବାର ଯୋଜନା କରିଥିବା କଥା କହିବା ପରେ ସମସ୍ତେ ହସି ହସି ଗଡ଼ି ଯାଉଛନ୍ତି।

ଏହି ଭିଡିଓଟିକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର ହେବା ପରେ ଏହାର ଅନେକ ଭିୟୁ ହୋଇ ସାରିଲାଣି। ଅନେକ ବ୍ୟବହାରକାରୀ ବରଙ୍କ ମଜାକିଆ ଅନ୍ଦାଜକୁ ପସନ୍ଦ କରିଛନ୍ତି।

 

ସମ୍ବନ୍ଧିତ ଖବର