ହୃଦଘାତ ହେବାରୁ ଆଇଏଏସ ସିପିଆର ଦେଇ ବ୍ୟକ୍ତିଙ୍କ ବଞ୍ଚାଇଲେ ଜୀବନ

ନୂଆଦିଲ୍ଲୀ: ହୃଦଘାତ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୋସିଆଲ ମିଡିଆରେ ନିକଟରେ ଏକ ଭିଡିଓ ପୋଷ୍ଟ ହୋଇଛି। ଏଥିରେ ଜଣେ ବ୍ୟକ୍ତି ହୃଦଘାତର ଶିକାର ହୋଇଥିବା ଜଣାପଡ଼ିଛି। ଏତିକି ବେଳେ ତାଙ୍କ ପାଖରେ ଥିବା ଜ‌ଣେ ଅଧକାରୀ ଦେବଦୂତ ସାଜି ପହଞ୍ଚି  ଜୀବନ ବଞ୍ଚାଇ ଦେଇଥିବା ଜଣାପଡ଼ିଛି।

ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ହୃଦଘାତର ଶିକାର ହୋଇଥିଲେ। ଏତିକି ବେଳେ ଚଣ୍ଡିଗଡ଼ରେ ନିୟୋଜିତ ସ୍ୱାସ୍ଥ୍ୟ ସଚିବ ୟଶପାଲ ଗର୍ଗ ସେଠାରେ ଉପସ୍ଥିତ ଥିଲେ।  ସେ ସମୟ ବିଳମ୍ବ ନକରି ଉକ୍ତ ବ୍ୟକ୍ତିଙ୍କୁ ସିପିଆର ଦେଉଥିବାର ଦେଖିବାକୁ ମିଳୁଛି।

ଏହି ଭିଡିଓକୁ ସୋସିଆଲ ମିଡିଆରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମଲିୱାଲଙ୍କ ଦ୍ୱାରା ସେୟାର କରାଯାଇଛି। ଏହା ସହିତ ସେ ଏକ କ୍ୟାପସନରେ ଲେଖିଛନ୍ତି, ଜଣେ ବ୍ୟକ୍ତି ହୃଦଘାତର ଶିକାର ହୋଇଥିବା ବେଳେ ଚଣ୍ଡିଗଡ଼ର ସ୍ୱାସ୍ଥ୍ୟ ସଚିବ ଆଇଏଏସ ୟଶପାଲ ଗର୍ଗ ତୁରନ୍ତ ସିପିଆର ଦେଇ ସେହି ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ଦେଇଥି‌ଲେ। ତାଙ୍କର ଏହି କାମର ଯେତେ ବି  ପ୍ରଶଂସା କରିବା ସେତେ କମ ହେବ । ହୃଦଘାତରୁ ଜୀବନ ରକ୍ଷା କରା ଯାଇପାରିବ।  ସମସ୍ତେ ସିପିଆର ଶିଖିବା ଉଚିତ୍ ।

 

ଏହି ଭିଡିଓଟି ସୋସିଆଲ ମିଡିଆ‌ରେ ପୋଷ୍ଟ ହେବାପରେ ଏହାକୁ ଏଯାବତ ଏକଲକ୍ଷ ୪୨ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି। ଚଣ୍ଡିଗଡ଼ରେ ନିୟୋଜିତ ସ୍ୱାସ୍ଥ୍ୟ ସଚିବ ୟଶପାଲ ଗର୍ଗଙ୍କ ଏଭଳି ମାନବିକତା ପାଇଁ  ଭୁରିଭୁରି ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର