ଲୁଟେରାଙ୍କ କବଳରୁ ମା’କୁ ଏହିପରି ଭାବେ ରକ୍ଷା କଲା ୭ବର୍ଷ ଝିଅ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାରେ ୭ବର୍ଷର ଜଣେ ସାହାସୀ ବାଳିକା ଲୁଟେରା କବଳରୁ ନିଜ ମା’ଙ୍କ ଜୀବନ ରକ୍ଷା କରିଥିବାର ଖବର ସାମ୍ନାକୁ ଆସିଛି। ଉକ୍ତ ବାଳିକାଙ୍କ ନାମ ଅବନି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅବନିଙ୍କ ମା’ ରେଖାଙ୍କ ଉପରେ ଲୁଟେରାମାନେ ଆକ୍ରମଣ କରିଥିଲେ। ଏହି ସମୟରେ ଅବନି  ସାହାସର ସହ ଲୁଟେରାଙ୍କ ନଜରରୁ ଲୁଚି ଘରୁ ବା୍ହାରକୁ ଚାଲି ଆସି ଲୋକଙ୍କୁ ଡାକ ପକାଇ ଥିଲା। ‌ଲୋକମାନେ ଯେମିତି ହିଁ ଅବନିଙ୍କ ପାଟି ଶୁଣିଥିଲେ ଘଟଣାସ୍ଥ‌ଳରେ ଏକାଠି ହୋଇଯାଇଥିଲେ। ଲୋକଙ୍କୁ ଏକାଠି ହେବା ଦେଖି ଲୁଟେରା ଘଟଣାସ୍ଥଳରୁ ଚମ୍ପଟ ମାରିଥି‌ଲେ। କିନ୍ତୁ ଲୁଟେରାଙ୍କ ମାଡ଼ରେ ଅବନିଙ୍କ ମା’ ରେଖା ଗୁରୁତର ଆହତ ହୋଇଥିଲେ। କାରଣ ଲୁଟେରା ରେଖାଙ୍କ ଠାରୁ ଲୁଟ କରିବା ପାଇଁ ତାଙ୍କ ମୁଣ୍ଡରେ ୫ଥର ପାହାର ଦେଇଥିଲେ। ଏହି ଘଟଣାର ଭିଡିଓ ସିସିଟିଭିରେ କୈଦ ‌ହୋଇଛି।

ଏହି ଘଟଣା ଏପ୍ରିଲ ୧୨ ଅପରାହ୍ନ ୨ଟା ବାଜି ୫୦ମିନିଟରେ ଆଗ୍ରାର ବ୍ରଜ ବିହାର କଲୋନିରେ ଘଟିଛି। ଏଠାରେ ଥିବା ଏକ ଘରେ ରେଖା ତାଙ୍କର ଦୁଇଜଣ ଝିଅଙ୍କୁ ନେଇ ବସବାସ କରନ୍ତି। ରେଖା‌ଙ୍କ ସ୍ବାମୀ ବିଏସଏଫ ଯବାନ ଥିବା ବେଳେ ବିକାନେରରେ ନିୟୋଜିତ ଅଛନ୍ତି।

ସିସିଟିଭି ଆଧାରରେ ପୁଲିସ ତିନିଜଣଙ୍କ ନାମରେ ମାମଲା ରୁଜୁ କରି ସେମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ସେମାନଙ୍କ ଫଟୋକୁ ବି ବିଭିନ୍ନ ସ୍ଥାନରେ ଲଗାଇ ପୁଲିସ ଲୋକଙ୍କୁ ଅନୁରୋଧ କରିଛି କି ଏମାନଙ୍କ ସୂଚନା ପାଇଲେ ତୁରନ୍ତ ଖବର ଦେବାକୁ ।

ସମ୍ବନ୍ଧିତ ଖବର