ଇତିହାସ ପାଲଟିଲା ଜେଫ୍‌ ବେଜୋସ୍‌ଙ୍କ ଛାଡ଼ପତ୍ର ସେଟେଲ୍‌ମେଣ୍ଟ୍‌, ଭରଣପୋଷଣ ବାବଦରେ ପତ୍ନୀଙ୍କୁ ଦେଲେ ସର୍ବାଧିକ ରାଶି

ନୂଆଦିଲ୍ଲୀ: ବିଶ୍ୱର ଧନୀ ବ୍ୟକ୍ତି ତଥା ଇ-କମର୍ସ କମ୍ପାନି ‘ଆମାଜନ୍‌ର’ ନିର୍ମାତା ଜେଫ୍‌ ବେଜୋସ୍‌ ୨୬ ବର୍ଷ ବୈବାହିକ ଜୀବନ କାଟିବା ପରେ ପତ୍ନୀ ମ୍ୟାକ୍‌କେଞ୍ଜି ବେଜୋସ୍‌ଙ୍କୁ ଛାଡ଼ପତ୍ର ଦେବା ପ୍ରସଂଗ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। କାରଣ ଛାଡ଼ପତ୍ର ପରେ ସ୍ୱାମୀଙ୍କଠାରୁ ମହିଳାମାନେ ନେଉଥିବା ଭରଣପୋଷଣ ଅର୍ଥ ବାବଦରେ ଜେଫ୍‌ଙ୍କ ପତ୍ନୀ ସର୍ବାଧିକ ରାଶି ପାଉଥିବା ନେଇ ଚର୍ଚ୍ଚା ହେଉଛି।

ଜାଣିବାକୁ ମିଳିଛି ଯେ ମ୍ୟାକ୍‌କେଞ୍ଜି ତାଙ୍କର ଆଗାମୀ ଜୀବନ ପାଇଁ ପତିଙ୍କଠାରୁ ଆମେରିକୀୟ ଡଲାରରେ ୩୮ ବିଲିୟନ୍‌ ରାଶି ପାଉଛନ୍ତି। ୪୯ ବର୍ଷୀୟା ଏହି ମହିଳା ଜଣେ ଲେଖିକା ମଧ୍ୟ। ସେ ୧୯୯୩ ମସିହାରେ ଜେଫ୍‌ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

The Cut

ଏହି ଦମ୍ପତିଙ୍କର ୪ ଜଣ ପିଲା ଅଛନ୍ତି। ଗତ ଏପ୍ରିଲ୍‌ରେ ତାଙ୍କ ଛାଡ଼ପତ୍ର ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିଲା। ମ୍ୟାକ୍‌କେଞ୍ଜିଙ୍କ ଭରଣାପୋଷଣ ରାଶି ଏବେ ଇତିହାସ ପାଲଟିଛି। ପୂର୍ବରୁ କେହି ବି ପତ୍ନୀ ଏତେ ସଂଖ୍ୟକ ରାଶି ଛାଡ଼ପତ୍ର ପରେ ପତିଙ୍କଠାରୁ ପାଇନାହାନ୍ତି।

ଜେଫ୍‌ ଓ ତାଙ୍କ ପତ୍ନୀଙ୍କ ‘ଯୁଗ୍ମ ଆମାଜନ୍‌ ଷ୍ଟକ୍‌’ର ୨୫% ସେୟାର୍‌ ସେ ନେଉଛନ୍ତି ବୋଲି ସୂଚନା ରହିଛି। ଜେଫ୍‌ ତାଙ୍କ ପତ୍ନୀଙ୍କ ସହ ପ୍ରତାରଣା କରିବା ପରେ ମ୍ୟାକ୍‌କେଞ୍ଜି ଜାନୁଆରିରେ ଛାଡ଼ପତ୍ର କଥା ଖୁଲମଖୁଲା ପ୍ରକାଶ କରିଥିଲେ। ପରେ ପ୍ରତାରଣା କଥାକୁ ଜେଫ୍‌ ଅସ୍ୱୀକାର କରିଥିଲେ ହେଁ ସେ ଦୁହଁଙ୍କ ଭିତରେ ମିଳିତ ଛାଡ଼ପତ୍ର ହୋଇଛି। ପରସ୍ପର ପରସ୍ପରଙ୍କ ପ୍ରତି ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟ୍‌ରରେ ସକାରାତ୍ମକ ଟ୍ଵିଟ୍‌ କରି କାହାରି କାହା ପ୍ରତି କୌଣସି କ୍ଷୋଭ ନଥିବା ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର