ମୁକେଶଙ୍କୁ ଜୁନିୟର ସାମି କହିଲେ ଅଶ୍ବିନ

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ମୁକଶେ କୁମାରଙ୍କୁ ଅଭିଜ୍ଞ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଜୁନିୟର ମହମ୍ମଦ ସାମି ବୋଲି ଅଭିହିତ କରିଛନ୍ତି। ନିଜ ୟୁଟ୍ୟୁବ ଚ୍ୟାନେଲ୍‌ରେ ଆଲୋଚନା ବେଳେ ଅଶ୍ବିନ କହିଛନ୍ତି ଯେ ‘‘ମୁଁ ଆରମ୍ଭରୁ ଭାବୁଥିଲି ମହମ୍ମଦ ସିରାଜ ହେଉଛନ୍ତି ଜୁନିୟର ସାମି, କିନ୍ତୁ ଏବେ ଭାବୁଛି ମୁକେଶ କୁମାର। ସାମିଙ୍କୁ ଲାଲା ଡାକନ୍ତି ଏବଂ ଅଭିନେତା ମୋହନଲାଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଁ ସାମିଙ୍କୁ ଲାଲେଟାନ ଡାକେ। ୩୦ ବର୍ଷୀୟ ଓ ୩୩ ବର୍ଷୀୟ ସାମିଙ୍କ ମଧ୍ୟରେ ସମାନତା ହେଉଛି ଗଠନ, ଉଚ୍ଚତା ଓ କଚଟି କଳା’’। ସାମି ନିକଟରେ ଶେଷ ହୋଇଥିବା ବିଶ୍ବକପ୍‌ରେ ୭ ମ୍ୟାଚ୍‌ ଖେଳି ୨୪ ୱିକେଟ୍‌ ‌ନେଇଥିଲେ। ଅନ୍ୟପକ୍ଷରେ ମୁକେଶ ଚଳିତ ବର୍ଷ ଜୁନ୍‌ ୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ସେ ୧୦ ମ୍ୟାଚ୍‌ ଖେଳି ୯ ୱିକେଟ୍‌ ନେଇଛନ୍ତି। ସଂପ୍ରତି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ସେ ୨୯ ରନ୍‌ ବ୍ୟୟକ କରି ୱିକେଟ୍‌ ଶୂନ୍ୟ ରହିଥିଲେ।

ସମ୍ବନ୍ଧିତ ଖବର