ନୂଆଦିଲ୍ଲୀ: ଚେସ୍ ବିଶ୍ବକପ୍ ମ୍ୟାଚ୍ର ଦ୍ବିତୀୟ ପର୍ଯ୍ୟାୟରେ ଆଜର୍ବୈଜାନ୍ର ମିସ୍ରାତ୍ଦିନ୍ ଇସ୍କାନଦାରୋଭ୍ଙ୍କ ଉପରେ ବିଜୟ ହାସଲ୍ କରି ଗୁରୁବାର ଦିନ ଭାରତର ୧୭ ବର୍ଷିୟ ଗ୍ରାଣ୍ଡ୍ମାଷ୍ଟର୍ ଡି. କୁକେଶ ଶ୍ରେଷ୍ଠ ଭାରତୀୟ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମ୍ୟାଚ୍ରେ ଜିଣିବା ପରେ, ଦୀର୍ଘ ୩୬ ବର୍ଷ ହେବ ଭାରତର ଶ୍ରେଷ୍ଠ ଚେସ୍ ଖେଳାଳି ଭାବେ ପ୍ରାଧାନ୍ୟ ବଜାୟ ରଖିଥିବା ବିଶ୍ବନାଥନ୍ ଆନନ୍ଦଙ୍କୁ ଗୁକେଶ ଟପିଯାଇଛନ୍ତି। ଉଲ୍ଲେଖଯୋଗ୍ୟ, ବିଶ୍ବନାଥନ୍ ଆନନ୍ଦଙ୍କୁ ଗୁକେଶ ନିଜର ଆଦର୍ଶ ବୋଲି ମାନନ୍ତି।
ଚେସ୍ ମ୍ୟାଚ୍ର ୪୪ଟି ‘ମୁଭ୍’ରେ ଇସ୍କାନ୍ଦାରୋଭ୍ଙ୍କୁ ହଟାଇ ଗୁକେଶ ନିଜର ପାରଦର୍ଶିତା ଦେଖାଇଥିଲେ। ଆନନ୍ଦଙ୍କ ରେଟିଙ୍ଗ୍ ୨୭୫୪.୦ ଥିବା ବେଳେ ସଦ୍ୟତମ ମ୍ୟାଚ୍ରେ ୨.୫ ରେଟିଙ୍ଗ୍ ହାସଲ କରିବାରୁ ଗୁକେଶଙ୍କ ଲାଇଭ୍ ରେଟିଙ୍ଗ୍ ୨୭୫୫.୯କୁ ବୃଦ୍ଧି ପାଇଛି। ତେଣୁ, ସେ ଆନନ୍ଦଙ୍କୁ ଟପି ଶ୍ରେଷ୍ଠ ଚେସ୍ ଖେଳାଳି ମାନ୍ୟତା ପାଇଛନ୍ତି। ସେହିପରି, ଏହି ମ୍ୟାଚ୍ରେ ବିଜୟ ହାସଲ କରିବା ପରେ ଗୁକେଶ ବିଶ୍ବସ୍ତରୀୟ ରାଙ୍କିଙ୍ଗ୍ରେ ୯ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ‘ଇଣ୍ଟର୍ନ୍ୟାସ୍ନାଲ୍ ଚେସ୍ ଫେଡେରେସନ୍’ (ଏଫ୍ଆଇଡିଇ) ଏହି ତାଲିକା ପ୍ରସ୍ତୁତ କରିଥାଏ। ଫଳରେ ୫ ଥର ବିଶ୍ବ ଚାମ୍ପିଅନ୍ ହୋଇଥିବା ଆନନ୍ଦ ୧୦ ସ୍ଥାନ ବା ରାଙ୍କ୍କୁ ଖସିଯାଇଛନ୍ତି।
ଗୁକେଶଙ୍କ ସଫଳତାରେ ମୁଗ୍ଧ ହୋଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ‘ଅଭିନନ୍ଦନ ଗ୍ରାଣ୍ଡ୍ମାଷ୍ଟର୍’ କହି ତାଙ୍କର ଭୂୟସୀ ପ୍ରଶଂସା କରି କରିଛନ୍ତି।