ପ୍ରଥମ ଟେଷ୍ଟ୍‌: କରୁଣାରତ୍ନେଙ୍କ ଶତକ; ଶ୍ରୀଲଙ୍କା ୨୬୭/୩

ଗଲ୍‌: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଶ୍ରୀଲଙ୍କା ଆଜିଠୁ ଏଠାରେ ପ୍ରଥମ ଟେ‌ଷ୍ଟ୍‌ ଖେଳିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଘରୋଇ ଦଳ। ଅଧିନାୟକ ଦିମୁତ କରୁଣାରତ୍ନେ ମଧ୍ୟ ଶତକୀୟ ପାଳି ଖେଳିଛନ୍ତି। ୨୦୨୧ରେ କରୁଣାରତ୍ନେଙ୍କ ଏହା ଚତୁର୍ଥ ଏବଂ ମୋଟ ଉପରେ ତ୍ରୟୋଦଶ ଟେଷ୍ଟ୍‌ ଶତକ। ସେ ୧୩୨ ରନ୍‌ରେ ଅପରାଜିତ ରହିଥିଲା ବେଳେ ସାଥୀ ଓପ୍‌ନର ପଥୁମ ନିଶାଙ୍କ (୫୬) ଏବଂ ଧନଞ୍ଜୟ ଡି’ ସିଲ୍‌ଭା (୫୬*) ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏହି ଦୁଇଟି ଅର୍ଦ୍ଧଶତକ ସାଙ୍ଗକୁ କରୁଣାରତ୍ନେଙ୍କ ଅପରାଜିତ ଶତକ ବଳରେ ଶ୍ରୀଲଙ୍କା ପ୍ରଥମ ଦିବସ ସବୁ ସମ୍ମାନ ନିଜ ପାଖରେ ରଖିଛି।

ଦଳ ପ୍ରଥମ ପାଳିରେ ୮୮ ଓଭର ଖେଳିଥିଲା ବେଳେ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୩ ୱିକେଟ୍‌ ବିନିମୟରେ ୨୬୭ ରନ୍‌ କରିନେଇଛି। ନିଶାଙ୍କ ଓ କରୁଣାରତ୍ନେ ପ୍ରଥମ ୱିକେଟ୍‌ରେ ୧୩୯ ରନ୍‌ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ନିଶାଙ୍କ ଅଉଟ୍‌ ହେବାର ୩୧ ରନ୍‌ ମଧ୍ୟରେ ଦଳ ଆଉ ଦୁଇଟି ୱିକେଟ୍‌ ହରାଇଥିଲା। ମାତ୍ର କରୁଣାରତ୍ନେଙ୍କ ସହ ଧନଞ୍ଜୟ ଅବିଭାଜିତ ଚତୁର୍ଥ ୱିକେଟ୍‌ରେ ୯୭ ରନ୍‌ର ଭାଗିଦାରୀ ଗଢ଼ି ସ୍ଥିତି ସୁଦୃଢ଼ କରିଛନ୍ତି। ଓସାଦା ଫର୍ନାଣ୍ଡୋ ଏବଂ ଅଭିଜ୍ଞ ଅଲ୍‌ରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ୍‌ ୩ ରନ୍‌ ଲେଖାଏଁ କରିଥିଲେ। ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ବୋଲିଂ ଆକ୍ରମଣରେ ୮ ଜଣ ନିୟୋଜିତ ହୋଇଥିଲେ ମଧ୍ୟ ରସ୍ତନ ଚେଜ୍‌ (୨ ) ଏବଂ ସାନନ୍‌ ଗାବ୍ରିଏଲ୍‌ (୧) ସଫଳ ବୋଲର ରହିଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଶ୍ରୀଲଙ୍କା ପ୍ରଥମ ପାଳି ୮୮ ଓଭରରେ ୨୬୭/୩ (ଦିମୁତ କରୁଣାରତ୍ନେ-୧୩୨*, ଧନଞ୍ଜୟ ଡି’ ସିଲ୍‌ଭା-୫୬*, ପଥୁମ ନିଶାଙ୍କ-୫୬, ରସ୍ତନ ଚେଜ୍‌-୨/୪୨, ସାନନ୍‌ ଗାବ୍ରିଏଲ୍‌-୧/୫୬)।

ସମ୍ବନ୍ଧିତ ଖବର