ଭାରତ-ବାଂଲାଦେଶ ଦ୍ବିତୀୟ ଦିନିକିଆ: ଟସ୍‌ ଜିଣି ବ୍ୟାଟିଙ୍ଗ୍‌ କରୁଛି ବାଂଲାଦେଶ

ଢାକା: ଆଜି ବାଂଲାଦେଶର ମିରପୁରସ୍ଥିତ ‘ଶେର୍‌-ଏ-ବାଂଲା ନ୍ୟାସ୍‌ନାଲ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌’ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ବିତୀୟ ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍‌ ମ୍ୟାଚ୍‌ରେ ନିମନ୍ତେ ଟସ୍‌ ଜିଣିବା ପରେ ବାଂଲାଦେଶ ବ୍ୟାଟିଙ୍ଗ୍‌ କରୁଛି।

ସଦ୍ୟତମ ସୂଚନା ଅନୁସାରେ, ୧୩.୧ ଓଭର୍‌‌ ଖେଳି ୩ ୱିକେଟ୍‌ ବିନିମୟରେ ବାଂଲାଦେଶ ୫୨ ରନ୍‌ ସଂଗ୍ରହ କରିଛି।

ଭାରତ ପକ୍ଷରୁ ଡାହଣହାତୀ ବୋଲର୍‌ ଦୀପକ ଚହର୍‌ ପ୍ରଥମେ ବାଂଲାଦେଶୀ ଓପେନର୍‌ ଅନାମୁଲ୍ ହକ୍‌ଙ୍କୁ ବୋଲି କରିଥିଲେ। ପରେ ପରେ ଦେଢ଼ ଓଭର୍‌ରେ ବାଂଲାଦେଶ ୧୧ ରନ୍‌ କରିଥିବା ବ‌େଳେ ଅନାମୁଲ୍‌ ସିରାଜଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ସେହିପରି, ୯.୧ ଓଭର୍‌ ଖେଳି ବାଂଲାଦେଶ ୪୦ ରନ୍‌ କରିଥିବା ବେଳେ ଅଧିନାୟକ ଲିଟନ୍‌ ଦାସ ମଧ୍ୟ ସିରାଜଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଏହାପରେ ଉମ୍ରାନ୍‌ ମଲିକ୍‌ଙ୍କ ବଲ୍‌ରେ ଶ‌ାନ୍ତୋ ଆଉଟ୍‌ ହୋଇଯାଇଛନ୍ତି।

Image Courtesy of India Posts English

ଏହି ପିଚ୍‌ରେ ଦ୍ବିତୀୟ ଇନିଙ୍ଗ୍‌ସ୍‌ରେ ବ୍ୟାଟିଙ୍ଗ୍‌ କରିବା ଲାଗି ସହଜ ମନେ ନ କରିବାରୁ ପ୍ରଥମେ ବ୍ୟାଟିଙ୍ଗ୍‌ କରିବା ଲାଗି ବାଂଲାଦଶେର ଅଧିନାୟକ ଲିଟନ୍‌ କୁମାର ଦାସ ନିଷ୍ପତ୍ତି ନେଇଥିଲେ।

ଆଜି ବାଂଲାଦେଶ ଟିମ୍‌ରେ ଖେଳୁଛନ୍ତି: ନାଜମୁଲ୍‌ ହୋସେନ୍‌ ଶାନ୍ତୋ, ଲିଟନ୍‌ ଦାସ (ଅଧିନାୟକ), ଅନାମୁଲ୍‌ ହକ୍‌, ଶାକିବ୍‌ ଅଲ୍‌ ହସନ୍‌, ମୁଶ୍‌ଫିକର୍‌ ରହିମ୍‌ (ୱିକେଟ୍‌ ରକ୍ଷକ), ମହମୁଦ୍‌ଉଲ୍ଲା, ଆଫିଫ୍‌ ହୋସେନ୍‌, ମେହିଦୀ ହସନ୍‌ ମିର୍ଜା, ନାସୁମ୍‌ ଅହମଦ୍‌, ମୁସ୍ତାଫିଜୁର୍‌ ରହମନ୍‌ ଓ ଏବାଦତ୍‌ ହୋସେନ୍‌।

ସେହିପରି, ଭାରତୀୟ ଦଳରେ ଖେଳୁଛନ୍ତି: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ୍‌, ବିରାଟ କୋହଲି, ଶ୍ରେୟସ୍‌ ଆୟର୍‌, କେ.ଏଲ୍‌. ରାହୁଲ୍‌ (ୱିକେଟ୍‌ ରକ୍ଷକ), ୱାସିଂଟନ୍‌ ସୁନ୍ଦର, ଅକ୍ଷର ପଟେଲ୍‌, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର୍‌, ମହମ୍ମଦ୍‌ ସିରାଜ ଓ ଉମ୍ରାନ୍‌ ମଲିକ୍‌।

ସମ୍ବନ୍ଧିତ ଖବର