ଫିଫା ମାନ୍ୟତାରେ ୯୯କୁ ଉଠିଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଫୁଟ୍‌ବଲ୍‌ ଦଳ ଗୁରୁବାର ଘୋଷିତ ଫିଫା ମାନ୍ୟତାର ୯୯ତମ ସ୍ଥାନରେ ପହଞ୍ଚିଛି। ନିକଟରେ ଭାରତ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଏବଂ ସା‌ଫ୍‌ ଚାମ୍ପିଅନ୍‌ସିପ୍‌ ବିଜେତା ହେବାରୁ ଗୋଟିଏ ସ୍ଥାନ ଉପରକୁ ଉଠି ଏହି ସ୍ଥାନରେ ପହଞ୍ଚିଛି। ଲଗାତାର ଦ୍ବିତୀୟ ଏବଂ ମୋଟ ଉପରେ ନବମ ସାଫ୍‌ ଚାମ୍ପିଅନସିପ୍ ଜିତିବା ପୂର୍ବରୁ ଭାରତ ୨-୦ ଗୋଲ୍‌ରେ ଲେବନାନକୁ ହରାଇ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ କରାୟତ୍ତ କରିଥିଲା। ଫିଫା ମାନ୍ୟତାରେ ୯୪ତମ ସ୍ଥାନ ଭାରତର ଶ୍ରେଷ୍ଠ ରହିଛି। ଏହି ସ୍ଥାନ ୧୯୯୬ ଫେବ୍ରୁଆରିରେ ହାସଲ କରିଥିଲା। ସଦ୍ୟ ପ୍ରକାଶିତ ଫିଫା ମାନ୍ୟତାରେ ଶୀର୍ଷ ୧୦ରେ କୌଣସି ଅଦଳବଦଳ ହୋଇନି। ଆର୍ଜେଣ୍ଟିନା ଶୀର୍ଷରେ ଥିଲା ବେଳେ ଫ୍ରାନ୍ସ, ବ୍ରାଜିଲ, ଇଂଲଣ୍ଡ, ବେଲଜିୟମ ଓ ‌କ୍ରୋଏସିଆ ଯଥାକ୍ରମେ ଦ୍ବିତୀୟରୁ ଷଷ୍ଠରେ ରହିଛନ୍ତି।

ସମ୍ବନ୍ଧିତ ଖବର