ନରୱେରେ ଦର୍ଶକଙ୍କୁ ଆକର୍ଷିତ କଲା ’ବନସ୍ତେ ଡାକିଲା ଗଜ ଓ ଡାଲଖାଇ’ ନୃତ୍ୟ

ଭୁବନେଶ୍ବର: ସୁଦୂର ନରୱେର ରାଜଧାନୀ ଓସ୍ଲୋ ଠାରେୁ ‘ଅସ୍ଲୋ କଲର ଫେଷ୍ଠିଭାଲ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଭାବୀ ଭାରତୀୟମାନେ ନିଜନିଜ ଆଞ୍ଚଳିକ ନୃତ୍ୟକଳାର ପ୍ରଦର୍ଶନ କରିଥିଲେ। ଏହି କ୍ରମରେ ଓଡ଼ିଆ ଝିଅମାନେ ’ବନସ୍ତେ ଡାକିଲା ଗଜ, ଡାଲଖାଇ’ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଓଡ଼ିଆମାନଙ୍କର ନୃତ୍ୟ ଓ ପୋଷାକ ପରଚ୍ଛଦକୁ ସେଠାରେ ଥିବା ହଜାର ହଜାର ଦର୍ଶକ ପସନ୍ଦ କରିଥିଲେ।

ବିଦେଶ ମାଟିରେ ନିଜ ପର୍ବପର୍ବାଣୀର ମହତ୍ବ ବୁଝାଇ ବେଶ ଗର୍ବ ଅନୁଭବ କରିଥିଲେ ସମସ୍ତ ଓଡ଼ିଆ ନୃତ୍ୟଶିଳ୍ପୀ। ପ୍ରିୟଙ୍କା ପରିଡ଼ା, ଅଙ୍କିତା ପଟ୍ଟନାୟକ, ନନ୍ଦିତା ରାୟ, ଅନିତା ନନ୍ଦ, ଶ୍ରଦ୍ଧା ରାଉତ, ନିହାରିକା ମିଶ୍ର, ଶିବାନୀ ଶତପଥୀ, ଅର୍ଚ୍ଚନା ତ୍ରିପାଠୀ, ସୁନୀତା ଅଗ୍ରୱାଲ, ଅଭିପ୍ସା ପ୍ରଧାନ, ଭୂମିକା ଶତପଥୀ, ସୋନାଲି ସାହୁ, କନ୍ୟାକୁମାରୀ ନାୟକଙ୍କ ନୃତ୍ୟ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା।

ଇଣ୍ଡୋନର୍ଡ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନ‌ରୱେର ପୂର୍ବତନ ପ୍ରଧାନମନ୍ତ୍ରୀ ଏର୍ଣ୍ଣା‌ ସୋଲବର୍ଗ ଯୋଗଦେଇଥିବା ବେଳେ ନରୱେର ଭାରତୀୟ ରାଷ୍ଟ୍ରଦୂତ ଆକୁଇନୋ ବିମଲ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର