ରାଜ୍ୟର ୧୮ ସହରରେ ଦିନର ତାପମାତ୍ରା ୪୦ ଡ଼ିଗ୍ରୀ ଅବା ଅଧିକ ରେକର୍ଡ: ଭୁବନେଶ୍ବରରେ ୪୧.୨ ଡ଼ିଗ୍ରୀ

ଭୁବନେଶ୍ବର: ସୋମବାର ରାଜ୍ୟର ୧୮ ସହରରେ ଦିନର ତାପମାତ୍ରା ୪୦ ଡ଼ିଗ୍ରୀ ଅବା ଅଧିକ ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ସର୍ବାଧିକ ୪୧.୪ ଡ଼ିଗ୍ରୀ ଥିବାବେଳେ ଭୁବନେଶ୍ୱର, ଚାନ୍ଦବାଲି, ଏବଂ ନୂଆପଡାରେ ୪୧.୨ ଡ଼ିଗ୍ରୀ ରହିଛି। ଏହା ସହିତ ତାଲିକାରେ ଏସବୁ ସହର ଦ୍ୱିତୀୟ ସର୍ବାଧିକ ତାପମାତ୍ରା ଥିବା ସ୍ଥାନରେ ରହିଛନ୍ତି।

ଆସନ୍ତା ୪ଦିନ ମଧ୍ୟରେ ଦିନ ତାପମାତ୍ରାରେ ରାଜ୍ୟର ଅନେକ ସ୍ଥାନରେ ଆହୁରି ୨ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧିତ ଖବର