କୋଏଲ ନଦୀରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ, ଦୁଇ ଉଦ୍ଧାର

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି | ରାଉରକେଲାର କୋଏଲ ନଦୀରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି | ସମସ୍ତ ଛାତ୍ର ବାସନ୍ତୀ କଲୋନି ଡ଼ିଏଭି ସ୍କୁଲ ଛାତ୍ର | ସମସ୍ତଙ୍କ ଘର ଲେବରଟେନମେଣ୍ଟରେ l ଶନିବାର ସ୍କୁଲ ଛୁଟି ପରେ ଏକାଠି ହୋଇ ପ୍ରଧାନପାଲି ରେଳପୋଲ କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ | ତେବେ ସେଠାରେ ଦୁହେଁ ବୁଡିଯାଇଥିଲେ | ମୃତକ ହେଲେ ପ୍ରିୟାଂଶୁ ଭୋଳ ଓ ରଞ୍ଜନ ପାଢ଼ୀ | ଏବେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି |

ସମ୍ବନ୍ଧିତ ଖବର