ଆବିଷ୍କୃତ ହେଲା ୭ଶହ ବର୍ଷ ତଳର ମୂର୍ତ୍ତି

ପିପିଲି : ଇନଟାକରେ ଅନୀଲ ଧିରଙ୍କ ନେତୃତ୍ବରେ ତିନିଜଣିଆ ଟିମ ପିପିଲି ଡେଲାଙ୍ଗ ଗସ୍ତକରି ପୁରାତନ କିର୍ତ୍ତିରାଜି ଉପରେ ଅନୁସନ୍ଧାନ କରୁଛନ୍ତି। ପିପିଲି ମଙ୍ଗଳପୁର ମଙ୍ଗଳେଶ୍ବର ମହାଦେବଙ୍କ ମନ୍ଦିରର ଚତୁଃପାର୍ଶ୍ବରେ ୭ଶହ ବର୍ଷ ତଳର ବରାହୀ, ଆସ୍ତିକ, ଜରତକରୁ, କ୍ଷେତ୍ରପାଳି, ଚକ୍ରନାରାୟଣ ଓ ପୁରାତନ ଅମଳର ଶିଳାମୂର୍ତ୍ତି ଏହି ଟିମ ଆଜି ଠାବ କରଛନ୍ତି। ଏହା ତ୍ରୟୋଦଶ ଶତାବ୍ଦୀର ଓ ଭୋଇ ବଂଶୀୟ ରାଜାଙ୍କ ସମୟର ମୂର୍ତ୍ତି ବୋଲି ଇନଟାକ୍‌ର ମୁଖ୍ୟ ଶ୍ରୀ ଧିର କହିଛନ୍ତି।

ସେହିପରି ହରିରାଜପୁର ପଶ୍ଚିମାଶମ୍ଭୁ ଶ୍ରୀସୋମନାଥ ଦେବଙ୍କର ମନ୍ଦିର ପରିସରର ପୁରାତନ ଭୋଗ ମଣ୍ତପର କାଠ ନିର୍ମିତ ଏକ ଗୁଜକୁ ଏହି ଟିମ୍‌ ଠାବ କରିଛି। ଏଥିରେ ଓଡ଼ିଆ ଭାଷାରେ କାଠ ଖୋଦେଇ ହୋଇ କିଛି ଲେଖାଯାଇଥିବା ବେଳେ ଏହା ୨ଶହ ବର୍ଷର ପୁରୁଣା ବୋଲି ଏହି ଟିମ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର