ଜିଏସ୍‌ଟି ଚଢ଼ଉ, ୯୯ ହଜାର ଜରିମାନା ଆଦାୟ

ଦେଓଗାଁ: ବରଗଡ଼-ବରିଗୁମା ଏନ୍‌ଏଚ୍‌-୨୬ର ବିଭିନ୍ନ ସ୍ଥାନରେ ବଲାଙ୍ଗୀର ଜିଏସ୍‌ଟି ଟିମ୍‌ ଚଢ଼ଉ କରି ୩ଟି ଗାଡ଼ିରୁ ୯୯ ହଜାର ଟଙ୍କା ଜରିମାନା ଆଦାୟ କରିଛି। ସୂଚନା ଅନୁସାରେ, ବଲାଙ୍ଗୀର ସିଟି ଏଣ୍ଡ ଜିଏସ୍‌ଟି ଏନ୍‌ଫୋ‌ର୍ସମେଣ୍ଟ ମୋବାଇଲ ୟୁନିଟ ରାସ୍ତାରେ ମାଲ୍‌ ବୋଝେଇ ବିଭିନ୍ନ ଗାଡ଼ିକୁ ଯାଞ୍ଚ କରିଥିଲା। ବେଆଇନ ଭାବେ ମାଲ ପରିବହନ କରି ଜିଏସ୍‌ଟି ଫାଙ୍କୁଥିବା ଗାଡ଼ିରୁ ଜରିମାନା ଆଦାୟ କରିଥିଲା। ବଲାଙ୍ଗୀର ନିକଟରେ ଏକ ଗାଡ଼ିରୁ ୫୪୦୧୨ ଟଙ୍କା, ତୁଷୁରାରୁ ରାମପୁର ଯାଉଥିବା ଏକ ଗାଡ଼ିରୁ ୨୦୦୦୨ ଟଙ୍କା ଏବଂ କେସିଙ୍ଗାରୁ ବଲାଙ୍ଗୀରକୁ ଛଡ଼ ନେଇ ଯାଉଥିବା ଗାଡ଼ିରୁ ୨୫୦୧୨ ଟଙ୍କାକୁ ମିଶାଇ ୯୯୦୨୭ ଟଙ୍କା ଆଦାୟ କରାଯାଇଛି। ଚଢ଼ଉରେ ଟିମ୍‌ର ରାଜେନ୍ଦ୍ର ନାଏକ, ଜିତେନ୍ଦ୍ର ବାଗ ଓ ସରୋଜ ବେରିଆ ସାମିଲ ଥିଲେ। ଯାଞ୍ଚକୁ ଦେଖି ଅନେକ ମାଲ ବୋଝେଇ ଗାଡ଼ି ବାଟରୁ ଫେରାର ମାରିଥିବା ଦେଖିବା ମିଳିଥିଲା।

ସମ୍ବନ୍ଧିତ ଖବର