ପୁଣି ଚର୍ଚ୍ଚାରେ ବିଜୁବାବୁଙ୍କ ‘କଳିଙ୍ଗ ରଥ’

ଭୁବନେଶ୍ବର: ବହୁ ବର୍ଷ ବ୍ୟବଧାନ ପରେ ଚର୍ଚ୍ଚାକୁ ଆସିଚି ବିଜୁ ପଟ୍ଟନାୟକଙ୍କ ଷ୍ଟେସନ୍ ୱାଗନ୍ ଗାଡ଼ି। ‘କଳିଙ୍ଗ ରଥ’ ନାମରେ ଏହା ରାଜ୍ୟରେ ବେଶ୍‌ ପରିଚିତ। ଏହି ଗାଡ଼ିରେ ବିଜୁ ବାବୁ ସାରା ଓଡ଼ିଶା ବୁଲୁଥିଲେ। ତାଙ୍କର ଅନେକ ନିର୍ବାଚନ ପ୍ରଚାରର ମୂକସାକ୍ଷୀ ଏହି ଗାଡ଼ି। ନବୀନ ନିବାସ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କଳିଙ୍ଗ ରଥ’ ପାଖରେ ଠିଆ ହୋଇଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଷ୍ଟେସନ୍ ୱଗନ୍ ଗାଡ଼ିଟି ବିଜୁ ବାବୁଙ୍କର ପ୍ରିୟ ଥିଲା। ଅନେକ ନିର୍ବାଚନ ପ୍ରଚାରରେ ସେ ଏହାକୁ ବ୍ୟବହାର କରୁଥିଲେ। ଏହି ଗାଡ଼ି ଆମ ଦଳ ତଥା ଲୋକଙ୍କ ପାଇଁ କିମ୍ବଦନ୍ତୀ ଗାଡ଼ି ଭାବେ ସ୍ବତନ୍ତ୍ର ପରିଚୟ ପାଇଛି। ଜୀବନର ଶେଷ ପର୍ଯ୍ୟାୟରେ ବିଜୁ ବାବୁ ଏହି ଗାଡ଼ିଟିକୁ ବ୍ୟବହାର କରୁ ନଥିଲେ। ତାଙ୍କ ପରଲୋକ ପରେ ଏହା ସମ୍ପୂର୍ଣ୍ଣ ଅଚଳ ହୋଇ ନବୀନ ନିବାସ ପରିସରରେ ରହିଥିଲା। ଏବେ ଏହାକୁ ମରାମତି କରାଯାଇ ପୁଣି ନବୀନ ନିବାସରେ ରଖାଯାଇଛି।

ସମ୍ବନ୍ଧିତ ଖବର