ରାଜ୍ୟରେ କରୋନାରୁ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ଟପିଲା, ଆଜି ଆରୋଗ୍ୟଲାଭ କଲେ ୮୧୮୨

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ଅତିକ୍ରମ କରିଛି । ଆଜି ୮୧୮୨ ଜଣ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ୯୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ରାଜ୍ୟରେ ମୋଟ ୮ ଲକ୍ଷ ୪ ହଜାର ୯୮୧ ଜଣ ସୁସ୍ଥ ହୋଇଛନ୍ତି ।

 

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରୁ ଆଜି ୭୪୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୫୧୬, ବାଲେଶ୍ୱରରୁ ୪୨୩, ନୟାଗଡ଼ରୁ ୪୧୮, ଜଗତସିଂହପୁରରୁ ୩୯୭, ମୟୂରଭଂଜରୁ ୩୬୭, ଢେଙ୍କାନାଳରୁ ୩୩୨, ପୁରୀରୁ ୩୦୪ ଓ ବୌଦ୍ଧରୁ ୩୦୩ ଜଣ ସୁସ୍ଥ ହୋଇଛନ୍ତି ।

 

ସୁନ୍ଦରଗଡ଼ରୁ ୨୬୭, କୋରାପୁଟରୁ ୨୪୨, ଭଦ୍ରକରୁ ୨୩୭, କେନ୍ଦ୍ରାପଡ଼ାରୁ ୨୨୪, ବରଗଡ଼ରୁ ୧୮୨, ନବରଂଗପୁରରୁ ୧୭୧, କଳାହାଣ୍ଡିରୁ ୧୬୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

 

ସେହିପରି କେନ୍ଦୁଝରରୁ ୧୧୪, ରାୟଗଡ଼ାରୁ ୧୧୦, ସମ୍ବଲପୁରରୁ ୧୦୨, ମାଲକାନଗିରିରୁ ୯୭, ବଲାଙ୍ଗୀରରୁ ୮୮, ସୁବର୍ଣ୍ଣପୁରରୁ ୮୪, ଝାରସୁଗୁଡ଼ାରୁ ୬୯, କନ୍ଧମାଳରୁ ୬୭, ଗଂଜାମରୁ ୫୫, ଗଜପତିରୁ ୪୫, ଦେବଗଡ଼ରୁ ୩୦, ନୂଆପଡ଼ାରୁ ୩୦ ଓ ରାଜ୍ୟପୁଲରୁ ୧୪୫ ଜଣ ଆକ୍ରାନ୍ତ ହୋଇଛନ୍ତି ।

ସମ୍ବନ୍ଧିତ ଖବର