ଦୁର୍ଘଟଣାର ୪ ସପ୍ତାହ ପରେ ଖୋଲିଲା ବାହାନଗା-ଗୋପାଳପୁର ରାସ୍ତା

ବାହାନଗା/ସୋର : ବାହାନଗା ରେଳ ଦୁର୍ଘଟଣାର ୪ ସପ୍ତାହ ପରେ ଗୋପାଳପୁର-ବାହାନଗା ମୁଖ୍ୟ ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇଛି। ଆଜି ବିଭାଗ ପକ୍ଷରୁ ସର୍ବସାଧାରଣଙ୍କ ପାଇଁ ଦୁର୍ଘଟଣାସ୍ଥଳ ରେଳଫାଟକ ଦେଇଯାଇଥିବା ଉକ୍ତ ରାସ୍ତାଟିକୁ ଖୋଲିଦିଆଯାଇଛି। ତେବେ ସୁରକ୍ଷା ଦୃଷ୍ଟିରୁ ‌ଫାଟକର ଉଭୟ ପାର୍ଶ୍ବରେ ପୁଲିସ ମୁତୟନ କରାଯାଇଛି। ଏପରି ସମୟରେ ରାସ୍ତା ଉପରେ ଦୈନନ୍ଦିନ ନିର୍ଭର କରୁଥିବା ବିଭିନ୍ନ ବର୍ଗର ଲୋକଙ୍କୁ ଆଶ୍ବସ୍ତି ଆଣିଦେଇଛି।

ଉଲ୍ଲେଖଯୋଗ୍ୟ; ଦୁର୍ଘଟଣା ପରେ ବିସିଆଇ ତଦନ୍ତ ଚଳାଇଥିଲା। ସେହିପରି ରେଳଲାଇନ୍‌ ମରାମତି କାମ ଜାରି ରହିଥିଲା। ଏପରି ସମୟରେ ତଦନ୍ତ ଓ ମରାମତି କାମରେ ବାଧା ନଉପୁଜିବା ପାଇଁ ଗୋପାଳପୁର-ବାହାନଗା ମୁଖ୍ୟରାସ୍ତାକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରିଦିଆଯାଇଥିଲା। ସେହିପରି ବାହାନଗା ଷ୍ଟେସନ୍‌ରେ କୌଣସି ଟ୍ରେନ୍‌ ମଧ୍ୟ ରହୁ ନଥିଲା। ତେବେ ଏହାଭିତରେ କ୍ଷେତ୍ରୀୟ ତଦନ୍ତ ଏବଂ ମରାମତି କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଫଳରେ ମଙ୍ଗଳବାରଠାରୁ ବାହାନଗା ଷ୍ଟେସନ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ରହୁଥିବା ବେଳେ ଆଜିଠାରୁ ବାହାନଗା-ଗୋପାଳପୁର ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇଛି।

ସମ୍ବନ୍ଧିତ ଖବର