ସାଢ଼େ ୧୧ଟା ସୁଦ୍ଧା  ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୩୯.୬ ଡିଗ୍ରି ରେକର୍ଡ

ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇଛି। ଆଜି ଦିନ ୧୧ଟା ୩୦ ସୁଦ୍ଧା  ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ସର୍ବାଧିକ ତାପମାତ୍ରା ୩୯.୬ ଡିଗ୍ରି ରହିଛି।  ଏଣେ ୧୧ ସହରର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଛି। ଭୁବନେଶ୍ୱରରେ ଆଜି ତାପମାତ୍ରା ୩୯.୨ ଡିଗ୍ରି, ପାରାଦୀପରେ ୩୫, ପୁରୀରେ ୩୪.୫, କେନ୍ଦୁଝରରେ ୩୮ ଡିଗ୍ରି, ଚାନ୍ଦାବାଲିରେ ୩୮.୭, ଝାରସୁଗୁଡ଼ାରେ ୩୮.୪, ହୀରାକୁଦରେ ୩୭.୫ ଡିଗ୍ରି, ରେକର୍ଡ ହୋଇଛି।

ସେହିପରି ସମ୍ବଲପୁରରେ ୩୬.୮, ରାଉରକେଲାରେ ୩୭ ଓ ଗୋପାଳପୁରରେ ୩୫.୨ ଡିଗ୍ରି ରେକର୍ଡ କରାଯାଇଛି। ଆଜିଠୁ ଦିନର ତାପମାତ୍ରାରେ ୪ରୁ ୬ ଡିଗ୍ରି ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

ସମ୍ବନ୍ଧିତ ଖବର