ଆକାଶରୁ ନିଆଁ ବର୍ଷା: ଏସିଆ ମହାଦେଶର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଷଷ୍ଠ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ବର: ରାଜ୍ୟର ରାଜଧାନୀ ଭୁ‌ବନେଶ୍ବର ଜଳୁଛି। ଆଜି ଭୁବନେଶ୍ୱରରେ ତାପମାତ୍ରା ୪୩.୫ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବରରେ ବର୍ଦ୍ଧିତ ତାପମାତ୍ରା ଯେତିକି ଆଶ୍ଚର୍ଯ୍ୟ ଲାଗୁନାହିଁ ଏସିଆ ମହାଦେଶର ୧୦ଟି ଉତ୍ତପ୍ତ ସହର ମଧ୍ୟରେ ସାମିଲ ହେବା ତା’ଠାରୁ ଅଧିକ ଆଶ୍ଚର୍ଯ୍ୟ ଲାଗୁଛି। ଏସିହା ମହାଦେଶରେ ଅନୁଭୂତ ତାପାମାତ୍ରାର ପ୍ରଥମ ତିନୋଟି ସ୍ଥାନରେ ମିଆଁମାରର ତିନୋଟି ସହର ରହିଛି। ଏହି ତାଲିକାରେ ଭୁବନେଶ୍ୱରର ସ୍ଥାନ ୬ ନମ୍ବର ରହିଛି। ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଓଜିମେଟ୍ ପକ୍ଷରୁ ଏହି ତଥ୍ୟ ମିଳିଛି।

ଅନ୍ତର୍ଜାତୀୟ ତାଲିକାର କୁହାଯାଇଛି ଯେ, ପ୍ରଥମ ୧୦ଟି ସହର ମଧ୍ୟରେ ଭାରତର ୫ଟି ସହର ସ୍ଥାନ ପାଇଛି। ଭାରତର ନନ୍ଦୟାଲ ୪୩. ୭ ଡିଗ୍ରି ସହ ଚତୁର୍ଥ, କୁର୍ନୁଲ ୪୩.୫ ଡିଗ୍ରି ସହ ସପ୍ତମ, ଗୁଲବର୍ଗ ୪୩.୩ ଡିଗ୍ରି ଏବଂ ଅନନ୍ତପୁର ୪୩. ୩ ଡିଗ୍ରି ରେକର୍ଡ କରାଯାଇଛି।

ଓଡିଶାରେ ଆଜି ତାପମାତ୍ରା ଅସହ୍ୟ ହୋଇଛି। ଗରମ ଏତେ ହୋଇଛି ଯେ, ଆକାଶରୁ ନିଆଁ ହୁଳା ବର୍ଷିଲା ଭଳି ଅନୁଭବ ହୋଇଛି। ଭୁବନେଶ୍ୱରରେ ଦିନର ସର୍ବାଧିକ ୪୩ଦଶମିକ ୫ଡିଗ୍ରg ତାପମାତ୍ରା ରେକର୍ଡ କରାଯାଇଛି, ଯାହାକି ଚଳିତ ବର୍ଷର ସର୍ବାଧିକ ତାପାମାତ୍ରା। ଆଜି ୪୦ ଡିଗ୍ରୀ ଉପରେ ୨୫ଟି ସହର ରହିଥିବା ବେଳେ ସର୍ବାଧିକ ତାପମାତ୍ରା ରହିଛି ଭୁବନେଶ୍ୱରରେ। ସେହିପରି ପାରଳାଖେମୁଣ୍ଡିରେ ୪୨. ୬, ତାଳଚେର ୪୨. ୪, ମାଲକାନଗିରି ଓ ବୌଦ୍ଧରେ ୪୨. ୨, ଅନୁଗୁଳରେ ୪୨. ୧ ରହିଥିବା ବେଳେ ବଲାଙ୍ଗୀର, ଟିଟିଲାଗଡ଼ ଓ ନୟାଗଡ଼ରେ ତାପମାତ୍ରା ୪୨ ଡିଗ୍ରg ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର