ବସ୍‌ ଭଡ଼ା କମିଲା

ଭୁବନେଶ୍ବର : ରାଜ୍ୟରେ ଡିଜେଲ୍‌ ଦର କମିବା ପରେ ପରିବହନ ବିଭାଗ ପକ୍ଷରୁ ଶନିବାର ଦିନ ବସ୍‌ ଭଡ଼ା କମାଯାଇଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ (ଏସ୍‌ଟିଏ) ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଡିଜେଲ୍‌ ଦର କମିବା ପରେ ବସ୍‌ ଭଡ଼ା କମାଇବାକୁ ନିଷ୍ପତ୍ତି ହୋଇଛି।

ଏସ୍‌ଟିଏର ନିଷ୍ପତ୍ତି ଅନୁଯାୟୀ ବସ୍‌ ଭଡ଼ା ୫ପଇସାରୁ ୧୫ପଇସା ପର୍ଯ୍ୟନ୍ତ କମିଛି। ଅର୍ଡିନାରି ବସ୍‌ ଭଡ଼ା ୫ପଇସା କମି କିଲୋମିଟର ପିଛା ୮୭ପଇସା ହୋଇଥିବା ବେଳେ ଏକ୍ସପ୍ରେସ୍ ବସ୍‌ ଭଡ଼ା ୫ପଇସା କମି ୯୧ପଇସା, ଡିଲକ୍ସ ବସ୍‌ ଭଡ଼ା ୧୦ପଇସା କମି ୧ଟଙ୍କା ୨୫ ପଇସା, ଏସି ଡିଲକ୍ସ ବସ୍‌ ଭଡ଼ା ୧୦ପଇସା କମି ୧ଟଙ୍କା ୫୩ପଇସା ଏବଂ ସୁପର୍ ପ୍ରିମିୟମ୍ ବସ୍‌ ଭଡ଼ା ୧୫ପଇସା କମି କିଲୋମିଟର ପିଛା ୨ଟଙ୍କା ୩୮ପଇସା ହୋଇଛି। ସଂଶୋଧିତ ବସ୍‌ ଭଡ଼ା ୮ତାରିଖରୁ ଲାଗୁ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି।

ସମ୍ବନ୍ଧିତ ଖବର