୨୦ରେ ଉଦ୍‌ଘାଟିତ ହେବ ବରଗଡ଼ କ୍ୟାନସର ହସ୍‌ପିଟାଲ

ବରଗଡ:  ଆସନ୍ତା ୨୦ ତାରିଖ ବରଗଡର ବହୁ ପ୍ରତୀକ୍ଷିତ କ୍ୟାନସର ହସପିଟାଲ ଉଦଘାଟିତ ହେବ। ଏଥିପାଇଁ ସଜବାଜ ଆରମ୍ଭ ହୋଇଛି। ଅପରପଟେ କିନ୍ତୁ ମୁଖ୍ୟଡାକ୍ତରଖାନା ଭଳି  କ୍ୟାନସର  ହସପିଟାଲରେ ବି ଡାକ୍ତର ମରୁଡି ରହିବ ବୋଲି ଏବେଠୁ ଜଣାପଡିଲାଣି ।
ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ

୦ ଜଣ ନର୍ସିଂ ଷ୍ଟାପ କ୍ୟାନସର ହସପିଟାଲ ପାଇଁ ନିଯୁକ୍ତ ହୋଇଛନ୍ତି । ସେହିପରି ୩ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ସମସ୍ତେ ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଅଛନ୍ତି । ହସପିଟାଲ ଉଦଘାଟନ ହେଲେ କ୍ୟାନସର ହସପିଟାଲରେ ସମସ୍ତେ କାର୍ଯ୍ୟ କରିବେ । ସେହିପରି ଆଉଟସୋର୍ସିଂ ସଂସ୍ଥା ଜରିଆରେ ଫାର୍ମାସିଷ୍ଟ, ଲାବ୍ରୋଟାରୀ ଟେକନିସିଆନ, ଡିଇଓ, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ । ଏମିତିରେ ଡାକ୍ତରଖାନା ପ୍ରଥମେ ଚାଲିବ । ପରବର୍ତ୍ତି ସମୟରେ ରାଜ୍ୟ ସରକାର ଦରକାର ମୁତାବକ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦେବେ । ଉଦଘାଟନ ପୂର୍ବରୁ ଆଜି ଜିଲ୍ଲାପାଳଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଯାଇ ସମୀକ୍ଷା କରିଛନ୍ତି । ଯାହା କିଛି କାମ ବାକି ପଡିଛି ତାହା କେମିତି ସଂପୂର୍ଣ୍ଣ ସେ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର